02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସାହିତ୍ୟ ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଜୟପୁର ସାହିତ୍ୟ ପରିଷଦ ତରଫରୁ ଯାଦବ ଭବନ ସଭାକକ୍ଷରେ ପରିଷଦର ସଭାପତି ତଥା ଓଡ଼ିଆ ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଢୀଙ୍କ ସଭାପତି ତ୍ୱରେ କୋରାପୁଟ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା ସ୍ବେଚ୍ଛାସେବୀ ଡ଼ ପ୍ରକାଶ କୁମାର ସେନାପତି ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରମେୟର ଉପପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରକାଶ ଦାଶ ଯୋଗଦାନ କରି ସ୍ବର୍ଗତ ସେନାପତିଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ପଟ୍ଟନାୟକ,ଅଶୋକ ମହାରଣା,ଯଜ୍ଞେଶ୍ୱର ପଣ୍ଡା,ଲୀନା ନନ୍ଦ,ତେଜେଶ୍ୱର ପଣ୍ଡା,ନବକୃଷ୍ଣ ରଥ,ଅବିନାଶ ସାନ୍ତ୍ରାପାତ୍ର ପ୍ରମୁଖ ସ୍ବର୍ଗତ ସେନାପତି ଙ୍କ ସ୍ମୃତିଚାରଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ପାଢ଼ୀ ମୁକ୍ତି ଅପେକ୍ଷାରେ ଥିବା ତାଙ୍କର ସାରସ୍ୱତ ସୃଷ୍ଟି ସମ୍ଭାର ଗୁଡିକୁ ପ୍ରକାଶ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କବି ରଘୁନାଥ ବିଶ୍ବାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଇନ୍ଦ୍ର ପ୍ରଧାନ ଏବଂ ସଂଗଠନ ସଂପାଦକ ଅଶୋକ କୁମାର ପୋଲେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟଜିଲ୍ଲା ଯାଦବ ସମାଜର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ଗୌଡ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ଯଜ୍ଞେଶ୍ୱର ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *