01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସାମ୍ବାଦିକ ଭବନ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟଜିଲ୍ଲା(ସଖପ୍ର): ଜୟପୁର ସହରରେ ସାମ୍ବାଦିକତା କରିଥିବା ଓ କରୁଥିବା ସାମ୍ବାଦିକଙ୍କ ପାଇଁ ଏକ ସାମ୍ବାଦିକ ଭବନର ପୂଜା ଆଜି ସମାପନ କରାଯାଇଛି। ମାନ୍ୟବର ବିଧାୟକଙ୍କର ଆଞ୍ଚଳିକ ବିକାଶ ପାଣ୍ଠିରୁ ଏହି ସାମ୍ବାଦିକ ଭବନ ପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ହୋଇଥିଲା। ଜୟପୁର ଇତିହାସରେ ଏହା ସାମ୍ବାଦିକ ମାନଙ୍କ ପାଇଁ ପ୍ରଥମ ଅନୁଦାନ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ଜୟପୁରରେ ସାମ୍ବାଦିକମାନଙ୍କର ବୈଠକ, ମନୋରଞ୍ଜନ ପାଇଁ ଆଜିପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଗୋଷ୍ଠିକେନ୍ଦ୍ର ନ ଥିଲା। ଗତଦିନରେ ଜୟପୁରର ସଂପାଦକ ଓ ସାମ୍ବାଦିକ ମିଳିତଭାବେ ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅବଗତ କରିଥିଲେ । ବିଧାୟକ ନିଜ ପାଣ୍ଠିରୁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଇଟିଡିଏ ସଂସ୍ଥାକୁ ଆର୍ଥିକ ରାଶି ପ୍ରଦାନ କରିଥିଲେ। ଆଇଟିଡିଏ ସଂସ୍ଥା ସମାଜସେବୀ ରାଜେନ୍ଦ୍ର ଗୌଡଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ରାଜେନ୍ଦ୍ର ଗୌଡ ଠିକ୍ ସମୟରେ ସାମ୍ବାଦିକ ଭବନର ନିର୍ମାଣ କାର୍ଯ୍ୟ ସମାପନ କରିଥିଲେ। ଆସନ୍ତା ଦିନରେ ମାନ୍ୟବର ବିଧାୟକଙ୍କ ଦ୍ବାରା ଏହାର ଶୁଭ ଉଦଘାଟନ ହେବ। ଏହି ସାମ୍ବାଦିକ ଭବନ ସାମ୍ବାଦିକଙ୍କୁ ବୈଠକ ଓ ମନୋରଞ୍ଜନ ପାଇଁ ଅନ୍ୟତ୍ର ଯିବାକୁ ଦେବନାହିଁ ବୋଲି କେବିକେ ସମାଚାର ସଂପାଦକ ବିନୋଦ ମହାପାତ୍ର କହିଛନ୍ତି । ଆଜି ସାମ୍ବାଦିକଭବନ ପୂଜା ସମୟରେ ସାମାଜିକ ଦୂରତା ସହ କିଛି ସାମ୍ବାଦିକ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *