November 18, 2025

Sabubarga Khabar

All category news

ଜୟପୁର ସହର ରାସ୍ତାଘାଟ ଗାଈ ଗୁହାଳରେ ପରିଣତ, ପୌରପାଳିକା ନୀରବଦ୍ରଷ୍ଟା ସାଜିଛି

କୋରାପୁଟଜିଲ୍ଲା :ଗାଇଗୋରୁ ରାସ୍ତାରେ ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବୁଲିଲେ ସେହି ଗାଈଗୋରୁଙ୍କୁ ପୌରପାଳିକା କର୍ମଚାରୀ ଧରିନେଇ କାଞ୍ଜିଆହୁଦାରେ ରଖିବା ପୌରପାଳିକାର ଦାୟିତ୍ବ କିନ୍ତୁ ଜୟପୁର ପୌରପାଳିକାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଜୟପୁର ସହର ରାସ୍ତାରେ ହଜାର ହଜାର ଗାଈଗୋରୁ ବୁଲୁଛନ୍ତି। ଏହି ଗାଈଗୋରୁର ମାଲିକ ଠିକ୍ ସମୟରେ ରାସ୍ତାରେ କ୍ଷୀର ସଂଗ୍ରହକରି ନେଉଛନ୍ତି ଓ ଗାଈମାନଙ୍କୁ ରାସ୍ତାରେ ଛାଡିଚାଲିଯାଉଛନ୍ତି। ଜୟପୁର ସହର ରାସ୍ତାଘାଟ ଗାଈଗୁହାଳ ପାଲଟିଯାଇଛି। ଏହି ଗାଈଗୋରୁ ରାସ୍ତାରେ ବୁଲିବାଦ୍ୱାରା ଗାଈମାନଙ୍କ ଖାଦ୍ୟପେୟ ମାଲିକକୁ କିଣିବାକୁ ପଡୁନାହିଁ ଓ ଗୁହାଳଘର କରିବାକୁ ପଡୁନାହିଁ। ଜୟପୁର ପୌରପାଳିକାର କାଞ୍ଜିଆହୁଦା ନ ଥିବାରୁ ଗାଈମାଲିକ ତା ଗାଈକୁ ନିର୍ଭୟରେ ରାସ୍ତାରେ ଛାଡିଦେଉଛି। ଗାଈଗୋରୁଙ୍କ ଲାଗି ସହରର ଟ୍ରାଫିକ୍ ସେବା ଫେଲ ମାରିଲାଣି। ଗାଈଗୋରୁଙ୍କ ଆକ୍ରମଣରେ ପ୍ରତିଦିନ ଲୋକମାନେ ଲହୁଲୁହାଣ ହେଉଛନ୍ତି। ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଜୟପୁର ପୌରପାଳିକାରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନାହାଁନ୍ତି।କାମଚଳିବାକୁ ଆଇ ଟି ଡିଏ ପିଏ ଗୋପିନାଥ ସାରକାଙ୍କୁ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ଗାଈଗୋରୁଙ୍କ ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀକରୁଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.