ଜୟପୁର ସତସଙ୍ଗ ବିହାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର (ସଖପ୍ର): ସତସଙ୍ଗର ପ୍ରଧାନ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀଙ୍କ ଜନ୍ମ ତିଥି ଉପଲକ୍ଷେ ଜୟପୁର ଡଙ୍ଗାଗୁଡା ସ୍ଥିତ ସତସଙ୍ଗ ବିହାର ପରିସରରେ ବୃକ୍ଷରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜୟପୁର ବନ ବିଭାଗର ରେଞ୍ଜର ବନ ବିଭାଗ କର୍ମଚାରୀଙ୍କ ସହ ଜୟପୁର ସତସଙ୍ଗ ବିହାର ସଭାପତି ବିନୋଦ ମହାପାତ୍ରଙ୍କ, ଖଲି ପଟନାୟକ. ଧରଣୀ ଧର ସାହୁ, ନନ୍ଦ କିଶୋର ଚକ୍ରବର୍ତ୍ତୀଙ୍କ ସହ ଗୁରୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ କୋଡିଏ ରୁ ଅଧିକ ବିଭିନ୍ନ ପ୍ରକାର ଔଷଧୀୟ ଗଛ ସହ ଅନ୍ୟାନ୍ୟ ଗଛ ରୋପଣ କରା ଯାଇଥିଲା।
