12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଲକ୍ଷ୍ମୀ ପଣ୍ଡା ଛକ ହତ୍ୟା ମାମଲାରେ ମୃତକର ପରିଚୟ ମିଳିବାସହ ଅଭିଯୁକ୍ତ ଗିରଫ

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): କୋରାପୁଟ ଜିଲ୍ଲା ଜୟପୁର ଠାରେ ଗତ ୩୦ ତାରିଖରେ ଜୟପୁର ସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ପଣ୍ଡା ଛକ ନିକଟରେ ଥିବା ଏକ କୁଡ଼ିଆରେ ଅଜଣା ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା ମାମଲାରେ ଜୟପୁର ଟାଉନ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଆଜି ପ୍ରେସ୍ ମିଟ୍ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟପୁର ପୋଲିସ। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଲେ ପ୍ରେମ ରାଜ୍ ହିଆଲ ( ବାବୁଲି) ୨୨ ବର୍ଷ। ଜୟପୁର ସ୍ଥିତ ସ୍ଥାନୀୟ ଖ୍ରୀଷ୍ଟିଆନ ପେଟାରେ ତାଙ୍କର ଜଣେ ସଂପର୍କୀୟ ମାମୁଁଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସିଥିଲେ ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପ୍ତ ହେବା ପରେ ସେ ରାତିର ୧ ଘଟିକାରେ ଫେରି ଶୋଇବା ପାଇଁ ଏକ କୁଡିଆରେ ଥିବା ଚା ଷ୍ଟଲକୁ ଆସିଥିଲେ ଏବଂ ସେ ଦେଖିଲେ ଯେ ତାଙ୍କ ବଡ଼ ଭାଇ ଇଶୁ ହିଆଲ ପୂର୍ବରୁ ସେହି ଚା ଷ୍ଟଲରେ ଶୋଇଥିଲେ। ଅନ୍ୟ ପାର୍ଶ୍ୱରେ କେ. ଜଗଦୀଶ ଆଚାରୀ ଶୋଇଥିଲେ। ଶୋଇଥିବା ସ୍ଥାନକୁ ନେଇ ଅଭିଯୁକ୍ତ ପ୍ରେମରାଜ ହିଆଲ ଏବଂ କେ. ଜଗଦୀଶ ଆଚାରୀ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଯାହା ଫଳରେ ପ୍ରେମରାଜ ହିଆଲ ବିରକ୍ତ ହୋଇ ବାହାରକୁ ବାହାରି ପାଖରେ ପଡିଥିବା ମାଟି ଇଟାରେ ତାଙ୍କ ମୁଣ୍ଡ ଓ ମୁହଁରେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଯାହା ଫଳରେ ଅତି ରକ୍ତସ୍ରାବରେ ଘଟଣା ସ୍ଥଳରେ ହିଁ କେ.ଜଗଦୀଶ ଆଚାରୀ ପ୍ରାଣ ହରାଇଥିବା ସୂଚନା ଦେଇଛି ଜୟପୁର ଟାଉନ ପୋଲିସ। ଏହା ପରେ ଅଭିଯୁକ୍ତ ଜଣକ କୈାଣସି ଉପାୟ ନ ପାଇ ରକ୍ତ ଲାଗିଥିବା ଇଟାକୁ ପଛପଟେ ଫିଙ୍ଗି ଦେଇଥିବା ସୂଚନା ଦେଇଛି ପୋଲିସ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ରାତ୍ରି ୧୨ ଘଣ୍ଟା ପରେ ସେହି ସ୍ଥାନରେ ଥିବା କାଲୁ କନ୍ଦପାନଙ୍କ ଘରକୁ ଯାଇ ଲାଲୁ କନ୍ଦପାନଙ୍କ ଭାଇ କାବୁ କନ୍ଦପାନଙ୍କୁ ହତ୍ୟାକାଣ୍ଡ ବିଷୟରେ ପ୍ରକାଶ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା। ନିଶାଗ୍ରସ୍ତ ହୋଇ ରହିଥିବା ସମୟରେ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏହି ମାମଲାରେ ପୋଲିସ ପୂର୍ବରୁ ୧୮୧/୨୧ କେସ୍ ରୁଜୁ କରିଥିବା ଗଣମାଧ୍ୟମକୁ କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା। ଏହି ପ୍ରସ୍ ମିଟରେ ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ଏବଂ ଏସଡିପିଓ ଅରୁପ ଅଭିଷେକ ବେହେରା ଉପସ୍ଥିତ ଥିଲେ। ପ୍ରକାଶ ଥାଉକି କେ,ଜଗଦୀଶ ଆଚାରୀଙ୍କ ଘର ଜୟପୁର ସୌରାସାହି ନିକଟରେ, ତାଙ୍କର ସଂପର୍କୀୟମାନେ ଅଛନ୍ତି। କେ,ଜଗଦୀଶ ଆଚାରୀ ପୂର୍ବରୁ ଜମିଜମା କିଣାବିକାର ଏଜେଣ୍ଟ ଥିଲେ। ପ୍ରାୟ ଦୁଇ ତିନି ବର୍ଷ ହେଲା ସେ ଘରେ ରହୁ ନଥିଲେ। ରାସ୍ତାଘାଟରେ ବୁଲୁଥିଲେ ଯେ କୌଣସି ସ୍ଥାନରେ ବାହାରେ ଶୋଉଥିଲେ।

ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *