ଜୟପୁର ମୁଖ୍ୟରାସ୍ତାରେ ପଥୋତ୍ସବ ଅନୁଷ୍ଠିତ

ଜୟପୁର:୧୭/୧୧ : ରାଜ୍ୟସ୍ତରୀୟ ପରବ ୨୦୧୯ଅବସରରେ ଆଜି ଜୟପୁର ମୁଖ୍ୟରାସ୍ତାରେ ପଥୋତ୍ସବ ଅନୁଷ୍ଠିତ ହୋଇଛି।ପଥୋତ୍ସବ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ସକାଳ ୭ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ପଥୋତ୍ସବ ଆୟୋଜନ କରାଯାଇଥିଲା।ମୁଖ୍ୟରାସ୍ତାର କଂଗ୍ରେସ ଭବନଠାରୁ ରାଜନଅର ପର୍ଯ୍ୟନ୍ତ ୩୦ପ୍ରକାରରୁ ଅଧିକ ପ୍ରଦର୍ଶନୀ,ଝୋଟି,ନୃତ୍ୟ,ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା।ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଜୟପୁର ଏସ୍ ଡି ପିଓ ବରୁଣ ଗୁଣ୍ଠପାଲ୍ଲୀ ଉପସ୍ଥିତ ଥିଲେ।ପଥୋତ୍ସବରେ ଫଟୋଗ୍ରାଫି ପ୍ରଦର୍ଶନୀ,ହସ ଓ ହସାଇବା,ଫେସନ ସୋ,ଆଖଡା,କୁଇଜ୍, ସ୍ବଚ୍ଛଭାରତ ଅଭିଯାନ,ମ୍ୟୁଜିକାଲ ଚୌକି,ଫୁଲସଜ୍ଜା,କଣ୍ଢେଇ ପ୍ରଦର୍ଶନୀ,କୁମ୍ଭାର କାମ,କରାଟେ,ମ୍ୟାଜିକ ସୋ,ପାତଞ୍ଜଳୀ ଯୋଗ,ମେହେନ୍ଦି,ହୁଳହୁଳି,ଶଙ୍ଖବାଦନ,ଘୋଷବାଦ୍ୟ,ଫେନ୍ସଡ୍ରେସ,ପଲିଥିନ ବର୍ଜନ,ପେପର କ୍ରାଫଟ କାର୍ଯ୍ୟକ୍ରମ କରାଯାଇଥିଲା।ହାଇଦ୍ରାବାଦରୁ ଆସିଥିବା କଳାକାରଙ୍କ କାର୍ଯ୍ୟକ୍ରମ ବହୁତ ଭଲ ହୋଇଥିଲା।ପଥୋତ୍ସବ ଶାନ୍ତି ଶୃଙ୍ଖଳାସହ ହେବାକୁ ଟାଉନଥାନା ତରଫରୁ କଡା ପୁଲିସ ବ୍ୟବସ୍ଥା ହୋଇଥିଲା। ସହରର ମୁଖ୍ୟରାସ୍ତାରେ ପଥୋତ୍ସବ ହେଉଥିବାରୁ ଯାନବାହାନ ଚଳାଚଳକୁ ଅନ୍ୟ ରାସ୍ତାରେ ଯିବାଆସିବା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ମୁଖ୍ୟଅତିଥି ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ।