02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ମିଡିଆ ଆସୋସିଏସନ ତରଫରୁ ଉପଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କୋରାପୁଟଜିଲ୍ଲା/ଜୟପୁର: ଆଜି ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କୁ ଜୟପୁର ମିଡିଆ ଆସୋସିଏସନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜୟପୁରରେ ତା୧୧,୦୫,୨୦୧୮ରୁ ତା୦୪,୦୭,୨୦୨୦ ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ରହିଲେ। ତାଙ୍କର ରହିବା ସମୟରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲାବେଳେ ବିଧାୟକ ଇଲେକ୍ସନ ସମୟରେ ସେ ବହୁତ ଶୃଙ୍ଖଳିତ ଭାବରେ ଇଲେକ୍ସନ ଦାୟିତ୍ୱ ପରିଚାଳନା କରିଥିଲେ। ସେ ବହୁତ ଧିରସ୍ଥିର ଓ ମିଷ୍ଟଭାଷୀ ଥିଲେ। ଜୟପୁରରୁ ସେ ପ୍ରୋମୋସନ ହୋଇ ସଚିବାଳୟକୁ ଡେପୁଟି ସେକ୍ରେଟାରୀ ହୋଇ ଗଲେ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ତାଙ୍କୁ ଗଞ୍ଜାମ ଜିଲ୍ଲାର କୋଭିଡ ୧୯ ଦାୟିତ୍ୱରେ ବର୍ତ୍ତମାନ ରହିବାକୁ ପଡିବ। ଜୟପୁରବାସୀ ତାଙ୍କର କାର୍ଯ୍ୟଶୈଳୀକୁ ବହୁତ ପ୍ରଶଂସା କରୁଥିବାବେଳେ ତାଙ୍କର ବଦଳିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ “ଜୟପୁର ମିଡିଆ ଆସୋସିଏସନ”ର ଉପସଭାପତି ସୌମ୍ୟରଞ୍ଜନ ସାହୁ, ଉପଦେଷ୍ଟା ଚନ୍ଦ୍ରକାନ୍ତ ସୁତାର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବିଶୋୟୀ, ସନ୍ତୋଷ ପାତ୍ର, ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *