ଜୟପୁର ମିଡିଆ ଆସୋସିଏସନ୍ ଗଠନ ହେଲା
କୋରାପୁଟଜିଲ୍ଲା:(ସଖପ୍ର) ଆଜି ଜୟପୁର ପାରାବେଡାସ୍ଥିତ ଋତୁରାଜ କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜୟପୁର କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ କିପରି ପ୍ରତିକୂଳ ପରିସ୍ଥିତିକୁ ସାମନା କରିବେ ସେ ବିଷୟରେ ଚନ୍ଦ୍ରକାନ୍ତ ସୁତାର (ସଂପାଦକ “ସବୁବର୍ଗ ଖବର”) ଆଲୋକପାତ କରିଥିଲେ। ଏହି ବୈଠକରେ ନୂତନଭାବେ “ଜୟପୁର ମିଡିଆ ଆସୋସିଏସନ” ଗଠନ କରାଗଲା। ଆସନ୍ତା ଦିନରେ ସଂଘର ସାମ୍ବାଦିକ ମାନଙ୍କ ପାଇଁ ଜୟପୁର ମିଡିଆ ଆସୋସିଏସନ କାର୍ଯ୍ୟ କରିବ। ଆଜି ସର୍ବସମ୍ମତିକ୍ରମେ ସଭାପତି ଭାବେ ସୁମନ୍ତ କୁମାର ସାହୁ, ଉପସଭାପତି ଭାବେ ସୌମ୍ୟ ରଞ୍ଜନ ସାହୁ, ସାଧାରଣ ସଂପାଦକ ଭାବେ ଚିତ୍ତରଞ୍ଜନ ଚୌଧୁରୀ, ଯୁଗ୍ମସଂପାଦକ ଭାବେ ସୁରେନ୍ଦ୍ର ମିଶ୍ର ଓ ମନୋହର ତ୍ରୀପାଠୀ, କୋଷାଧ୍ୟକ୍ଷ ଭାବେ ଅମିତ କୁମାର ହୋତା, ଉପଦେଷ୍ଟା ଭାବେ କେ ଶ୍ରୀନିବାସ ରାଓ ଓ ଚନ୍ଦ୍ରକାନ୍ତ ସୁତାରଙ୍କୁ ମନୋନୀତ କରାଗଲା। ଏହି ବୈଠକରେ ସନ୍ତୋଷ କୁମାର ମିଶ୍ରଙ୍କ ସହ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।