01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ମହାରାଜା ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ୧୫୩ ତମ ଜୟନ୍ତୀ ପାଳିତ

ଜୟପୁର(ସଖପ୍ର):ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେଵ ବର୍ମାଙ୍କ ୧୫୩ ତମ ଜୟନ୍ତୀ ଅବସରରେ ବିକ୍ରମଦେବ ଛାତ୍ରାବାସ ପରିସରରେ ଥିବା ପ୍ରତିମୂର୍ତ୍ତିରେ ସକାଳ ୯.୩୦ମିନିଟରେ ପୁଷ୍ପମାଲ୍ୟ ଅର୍ପଣ କାଯାଇଥିଲା। ୧୦ଘଟିକା ସମୟରେ ଜୟପୁରସ୍ଥିତ ଯାଦବ ଭବନରେ ଉତ୍କଳ ସମ୍ମିଳନୀ ତରଫରୁ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ଫଟୋ ଚିତ୍ରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏକ ଆଲୋଚନାଚକ୍ର ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ନାଲକୋ ଦାମନଯୋଡି ତରଫରୁ ଆଜି ଦାମନଯୋଡି ଠାରେ ବିକ୍ରମଦେବ ବର୍ମାଙ୍କ ନାମରେ ଏକ ଶିଶୁ ଉଦ୍ୟାନର ନାମିତସହ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିବା ବିଷୟରେ ଆଲୋଚକ୍ରରେ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ମୁଖ୍ୟ ଅତିଥି ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଅବଗତ କରିଥିଲେ । ସମ୍ମାନୀୟ ଅତିଥି ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ ବିକ୍ରମଦେବ ବର୍ମାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଜୟପୁର ଉଡଜାହଜ ପଡିଆକୁ ରାଜର୍ଷୀ ବିକ୍ରମଦେବ ବର୍ମାଙ୍କ ନାମରେ ନାମିତ କରିବାକୁ ଉତ୍କଳ ସମ୍ମିଳନୀ ତରଫରୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରାଯିବାକୁ ସମସ୍ତେ ମତ ଦେଇଥିଲେ। ବିକ୍ରମଦେବଙ୍କ ନାମରେ ଥିବା ଛାତ୍ରାବାସର ନାମ ପରିବର୍ତ୍ତନ କରି ବିବେକାନନ୍ଦ ଛାତ୍ରାବାସ କରି ରାଜର୍ଷୀ ବିକ୍ରମବେବ ବର୍ମାଙ୍କ ସ୍ମୃତିକୁ ଲିଭାଯାଇଥିବା ବିଷୟରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ପାଖରେ ଦୁଃଖର ସହ ପ୍ରକାଶ କରିଥିଲେ ସଙ୍ଗଠନ ସଂପାଦକ ଚନ୍ଦ୍ରକାନ୍ତ ସୁତାର। ରାଜ୍ୟ ପରିଷଦର ସଦସ୍ୟ ରାଜେନ୍ଦ୍ର ଗୌଡ ଓ ପରମେଶ୍ବର ପାତ୍ର,ଜିଲ୍ଲା ସଂପାଦକ ନବୀନ ମାଦଳା, PRAର ଅବିଭକ୍ତ କୋରାପୁଟଜିଲ୍ଲା ସଭାପତି ଦେବେନ୍ଦ୍ର ବାହିନୀପତି,ସାଂସଦ ପ୍ରତିନିଧି କୃଷ୍ଣଚନ୍ଦ୍ର ନେପାକ,ବରିଷ୍ଠ ଆଇନଜୀବୀ ବାଲା ରାୟ, ଜିଲ୍ଲା ଯୁଗ୍ମ ସଂପାଦକ ଡ଼ ଦେବୀ ପ୍ରସାଦ ହୋତା, ଜିଲ୍ଲା କୋଷାଧ୍ୟକ୍ଷ ନବକୃଷ୍ଣ ରଥ, କୃଷ୍ଣଚନ୍ଦ୍ର ହୋତା, ଶିବପ୍ରସାଦ ପଟ୍ଟନାୟକ, ଦୁର୍ଗାମାଧବ ଶତପଥି ପ୍ରମୁଖ ଉପସ୍ଥିତ ରହି ରାଜର୍ଷି ବିକ୍ରମଦେବ ବର୍ମାଙ୍କ ସ୍ମୃତିଚାରଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *