ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ନେଇ ପ୍ରକ୍ରିୟା ଜାରୀ ରହିଛି
କୋରାପୁଟ: ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ନେଇ ସମସ୍ତ ପ୍ରକ୍ରିୟା ଚାଲିଛି। ଆଜି ଜୟପୁର ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କରିଥିବା ପ୍ରିନ୍ସପାଲ ସେକ୍ରେଟାରୀ ମଧୁସୂଦନ ପାଢୀ ସୂଚନା ପ୍ରଦାନ କରିଛନ୍ତି । ଉଡାଣ ଯୋଜନାରେ ସାମିଲ ହେବାର ଦୀର୍ଘ 4ବର୍ଷ ପରେ ମଧ୍ୟ ବିମାନ ସେବା ଆରମ୍ଭ ହୋଇ ପାରିନଥିବାରୁ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ଭରିଯାଇଥିବା ଯୋଗୁଁ ଆଜି ମଧୂସୁଦନ ପାଢ଼ୀଙ୍କ ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି । ଛୋଟ ବିମାନ ଉଡାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିବା ବେଳେ ବର୍ତ୍ତମାନ ତାଠାରୁ ବଡ ବିମାନ ଉଡାଣ ପାଇଁ ଯୋଜନା ରହିଥିବା ଯୋଗୁଁ ରନୱେକୁ କେଉଁ ପଟକୁ ବୃଦ୍ଧି କରାଯିବ ସେନେଇ ସମସ୍ୟା ଲାଗି ରହିଛି । ଆଜି ଏ ସମସ୍ତ ବିଷୟରେ ସବିଶେଷ ଆଲୋଚନା ହୋଇଥିବା ସେ ଜଣାଇଛନ୍ତି । ପାଢ଼ୀଙ୍କ ସମେତ ଡିପିଆଇ ରୋଡ୍ସର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ଏୟାର ଟ୍ରାଫିକ ଏଜିଏମ ସରୋଜ କୁମାର ସାହୁ ଜୟପୁର ଏୟାରପୋର୍ଟ ପରିଦର୍ଶନ କରି ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।