11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ବନଖଣ୍ଡ ତରଫରୁ ୭୧ତମ ବନ ମହୋତ୍ସବ ପାଳିତ

କୋରାପୁଟଜିଲ୍ଲା/ ଜୟପୁର (ସଖପ୍ର): ଜୟପୁର ଦଶହରା ପଡ଼ିଆରେ ବନଖଣ୍ଡ ସ୍ତରୀୟ ୭୧ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ମୁଖ୍ୟବକ୍ତା ଭାବେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଯୋଗ ଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜୟପୁର ବନଖଣ୍ଡ ଅଧିକାରୀ ନାୟକ ଶ୍ରୀ ଜଗତ ପ୍ରସାଦ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଉପରୋକ୍ତ ଅତିଥିମାନେ ଯୋଗ ଦେଇ ବୃକ୍ଷ ରୋପଣର ଉପକାରୀତା ଉପରେ କହିଥିଲେ । ଏ ବର୍ଷ ଜୟପୁର ବନଖଣ୍ଡ ତରଫରୁ ୧୫ଲକ୍ଷ ଚାରା ଉତ୍ପାଦନ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ଓ ଯେକୌଣସି ଅନୁଷ୍ଠାନ ଜୟପୁର ବନଖଣ୍ଡର କର୍ମଚାରୀଙ୍କୁ ଯୋଗଯୋଗକରି ଚାରାନେଇ ରୋପଣ କରିପାରିବେ। ଚାରାରୋପଣରେ ଫରେଷ୍ଟ କର୍ମଚାରୀ ସହଯୋଗ କରିବେ ବୋଲି ଡିଏଫଓ କହିଥିଲେ।କୋଭିଡ୧୯ ସମୟରେ ରାଜ୍ୟକୁ ଆସିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଚାରାରୋପଣ ମାଧ୍ୟମରେ ରୋଜଗାର ଯୋଗାଇ ଦେବାକୁ ଯୋଜନା କରାଯାଇଥିବା ଜିଲ୍ଲାପାଳ କହିଥିଲେ। ଗଛ ଲଗାଇବା ମହତକାମ ଓ ଆମେ ସମସ୍ତେ ମିଶି କୋରାପୁଟ ଜିଲ୍ଲାର ଶତକଡା ପଚାଶଭାଗ ସ୍ଥଳରେ ଗଛ ଲଗାଇ ଜିଲ୍ଲାକୁ ପ୍ରଦ୍ୟୁଷଣ ମୁକ୍ତ କରିବାକୁ ବିଧାୟକ ସହରବାସୀଙ୍କୁ ନିବେଦନ କରିଥିଲେ।। କାର୍ଯ୍ୟକ୍ରମକୁ ନିରଂଜନ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଓସିଏ ଯୁଗ୍ମ ସମ୍ପାଦକ ରବି ନାୟକ ଏବଂ ମାନବାଧିକାର କର୍ମୀ ଅନୁପ ପାତ୍ର ଅନ୍ୟତମ ଅତିଥି ରୂପେ ଯୋଗଦେଇ ଥିଲେ । ଏସିଏଫ ସୁବାସ ଖୁଣ୍ଟିଆ ଧନ୍ୟବାଦ ଦେଇଥିବା ବେଳେ ରେଞ୍ଜର ରଶ୍ମିରଞ୍ଜନ ସ୍ବାଇଁ, ଫରେଷ୍ଟର ପ୍ରସାନ୍ତ ସାମନ୍ତରାୟ, ଗାର୍ଡ ଗୌତମ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *