01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ଜଗଦୀଶ ପ୍ରସାଦ ସିଂଙ୍କ ତତ୍ତ୍ବାବଧାନରେ ୭୨ତମ ବନ ମହୋତ୍ସବ ପାଳିତ

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଆଜି ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ଜଗଦୀଶ ପ୍ରସାଦ ସିଂଙ୍କ ତତ୍ତ୍ବାବଧାନରେ “ଆମ ଜଙ୍ଗଲ ଯୋଜନା” ପ୍ରକଳ୍ପ ଅନ୍ତର୍ଗତ ଗଡପଦର ବନସୁରକ୍ଷା ସମିତି ଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି। ୭୨ତମ ବନ ମହୋତ୍ସବ ଉପଲକ୍ଷେ ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ଜଗଦୀଶ ପ୍ରସାଦ ସିଂ ଗଡପଦର ବନସୁରକ୍ଷା ସମିତିରେ ଥିବା ଶିବ ମନ୍ଦିର ଚତୁଃପାର୍ଶ୍ବରେ ୧୦୦ ଗୋଟି ବୃକ୍ଷରୋପଣ ସହ ଗ୍ରାମର ପ୍ରବେଶ ତଥା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଏକ ବରଗଛ ଓ ଅଶ୍ୱସ୍ତଗଛ ଗ୍ରାମବାସୀଙ୍କ ସହାୟତାରେ ପୂଜାର୍ଚ୍ଚନା କରି ରୋପଣ କରିଥିଲେ। ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି ବୋଲି ସେ ଗ୍ରାମବାସୀଙ୍କୁ ସମ୍ବର୍ଦ୍ଧନା ମାଧ୍ୟମରେ ବୁଝାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ଜଗଦୀଶ ପ୍ରସାଦ ସିଂ, ଏସିଏଫ ସୁବାଷ ଖୁଣ୍ଟିଆ, ଗଡପଦର ବନ ସୁରକ୍ଷା ସମିତିର ସଭାପତି ଶ୍ରୀ ପ୍ରଭାକର ଭୂମିଆ, ସଭ୍ୟ ସଭ୍ୟା, ଜୟପୁର ବନାଞ୍ଚଳ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜନ ସ୍ବାଇଁ, ବନପାଳ ଶ୍ରୀ ପ୍ରଶାନ୍ତ କୁମାର ସାମନ୍ତରାୟ, ବନପାଳ ଶ୍ରୀମତୀ ରଞ୍ଜିତା ନାୟକ, ବନରକ୍ଷୀ ଶ୍ରୀ ଅନୀଲ ଦାଶ, ଶ୍ରୀ ଗୌତମ ସ୍ବାଇଁ, ଶ୍ରୀ ସୁଶିଲ ଓ ସହଯୋଗୀ ସଂସ୍ଥା ଗ୍ରାମବିକାଶ ସଂଗଠନ ତରଫରୁ ଦଳପତି ଶ୍ରୀମତୀ ଆରତୀ ଦାସ, ଉନ୍ନୟନ ଅଧିକାରୀ ଶ୍ରୀ ସୀମାଞ୍ଚଳ ତ୍ରୀପାଠୀ, ଶିବ ଶଙ୍କର ଲାମତା ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *