03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ପୌରପାଳିକାରେ ଅଳିଆ ବୋହିବ ବ୍ୟାଟେରୀ ଚାଳିତ ଯାନ

ଜୟପୁର୬/୧୨(ସଖପ୍ର) : ଜୟପୁର ପୌରପାଳିକାରେ ବ୍ୟାଟେରୀ ଚାଳିତ ଅଳିଆ ବୋହିବା ଯାନରେ ଅଳିଆ ଆବର୍ଜନା ବୋହିବା ଆଜିଠାରୁ ଆରମ୍ଭ ହୋଇଛି। ତେବେ ଜୟପୁରରେ ଏସ.ଏଚ. ଜି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଜୟପୁର ପୌରପାଳିକା ଠାରେ ବ୍ୟାଟେରୀ ଜନିତ ଅଳିଆକଢ଼ା ଯାନର ଶୁଭାରମ୍ଭ ହୋଇଛି । ଏହି ଯାନକୁ ବିଧାୟକ ତାରା ପ୍ରସାଦ ବାହୀନପତି ଉଦଘାଟନ କରିଥିଲେ । ଏହାର ରକ୍ଷଣାବେକ୍ଷଣା ପାଇଁ ସେ ଏସ ଏଚ ଜି ଗୃପ ଓ କିନ୍ନର ମାନଙ୍କୁ ଦାୟିତ୍ୱ ଦେବା ପାଇଁ ପୌର ଅଧିକାରୀଙ୍କୁ ନିବେଦନ କରିଥିଲେ । ଆଗାମୀ ଦିନରେ ପୁରା ସହର କିପରି ସ୍ୱଚ୍ଛ ଓ ନିର୍ମଳ ରହିବ ସେନେଇ ଉପଜିଲ୍ଲାପାଳ ହେମକାନ୍ତ ସଏ ସହରବାସୀଙ୍କୁ ନିବେଦନ କରିଛନ୍ତି । ଏହି ଗାଡ଼ିରେ ଶୁଖିଲା ଓ ଓଦା ଅଳିଆ ଅଲଗା ଅଲଗା ନେବାର ସୁବିଧା ରହିଛି । ଏଥି ସହିତ ଅଳିଆ ଆବର୍ଜ୍ଜନାକୁ ଏକାଠି କରି ପରବର୍ତ୍ତୀ ସମୟରେ କମ୍ଫୋଷ୍ଟ କରି ଖତ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ୧୨ଟି ଗାଡ଼ି ଉଦଘାଟିତ ହୋଇଥିବା ବେଳେ ସପ୍ତାହ ମଧ୍ୟରେ ଆଉ ଆଠଟି ଗାଡ଼ି ଆସିବାର ଯୋଜନା ରହିଛି । ଏ ନେଇ ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *