November 18, 2025

Sabubarga Khabar

All category news

ଜୟପୁର ଦନ୍ତେଶ୍ବରୀ ମନ୍ଦିର ନିକଟ ଜଙ୍ଗଲରେ ମହିଳାଙ୍କ ମୃତ ଶରୀର ଠାବ

ଜୟପୁର(ସଖପ୍ର): କୋରାପୁଟଜିଲ୍ଲା ଜୟପୁର ବ୍ଳକ ଅନ୍ତର୍ଗତ ଜୟନଗରସ୍ଥିତ ସ୍ଥାନୀୟ ଦନ୍ତେଶ୍ଵରୀ ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଏକ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ହେଉଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ ପାଲିଗୁଡା ଅଞ୍ଚଳର ଭଗବତୀ ଗାଦବା। ଜୟପୁର ସଦର ପୋଲିସଙ୍କ ତଦନ୍ତ ପରେ ମୃତ ମହିଳାଙ୍କ ପରିଚୟ ମିଳିଥିଲା। ମୃତ ମହିଳାଙ୍କ ବୟସ ( ୪୫) ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ମିଳିବା ପରେ ମୃତ ମହିଳାଙ୍କ ଭାଇ ଜଗନ୍ନାଥ ଗାଦବା ଶବ ନିକଟକୁ ଆସିଥିଲେ, କିନ୍ତୁ ଶବଟିକୁ ଛୁଇଁବାକୁ ଓ ଶବ ନେବାକୁ ମନା କରିଥିଲେ। ଭଗବତୀ ଅନ୍ୟ ଜାତିରେ ବିବାହ କରିଥିବାରୁ ଛୁଇଁବାକୁ ସିଧାସଳଖ ମନା କରିଦେଇଥିଲେ। ଶବକୁ ଛୁଇଁଲେ ଜାତିରୁ ବାସନ୍ଦ ହେବାକୁ ପଡିବ ବୋଲି କହିଥିଲେ ଜଗନ୍ନାଥ ଗାଦବା। ଶବଟିକୁ ବ୍ୟବଚ୍ଛେଦ କରିବା ପରେ ପ୍ରଶାସନ ପକ୍ଷରୁ ଶବ ସଂସ୍କାର କରାଯିବା ନେଇ ସୂଚନା ଦେଇଥିଲେ ଏସଡିପିଓ ଅରୁପ ଅଭିଷେକ ବେହେରା। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଥିବା ଜଣାପଡିଛି। ବର୍ତ୍ତମାନ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଯାଞ୍ଚ୍ କରି ଫେରିଥିଲେ। ମୃତ ମହିଳାଟିର ସ୍ୱାମୀ କି ପିଲା ଛୁଆ ନ ଥିବା ସୂଚନା ଦେଇଛି ପୋଲିସ। ମହିଳାଟି କୁଲି କାମ କରି ଚଳୁଥିବା ସୂଚନା ମିଳିଛି। ସମସ୍ତ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ତଥ୍ୟ କହିବା ନେଇ ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.