ଜୟପୁର ଠାରେ “ୟୂଥ ଫର ଆକ୍ସନ” ସଂଗଠନର କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର (ସଖପ୍ର): ଆଜି ଜୟପୁର ସ୍ଥିତ ଜ୍ୟୋତି କଲ୍ୟାଣ ମଣ୍ଡପ ଠାରେ Youth For Action (ଏକ ଅଣ ରାଜନୈତିକ ସଂଗଠନ) କୋରାପୁଟ ଜିଲ୍ଲାର ସଭାପତି A Durga Prasad ଙ୍କ ନେତୃତ୍ବରେ ୨୪ ଜଣିଆ ଜିଲ୍ଲା କମିଟି ସହିତ ଜିଲ୍ଲା ଅନ୍ତର୍ଗତ ସମସ୍ତ 14 ଗୋଟି ବ୍ଲକ୍ ଏବଂ 4 ଟି ପୌରପରିଷଦର ସଭାପତିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଗଲା ।କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ଶ୍ରୀ Debasis Nayak , ସହ ସଂଯୋଜକ ଶ୍ରୀ Sujeet Singh, ରାଜ୍ୟ ଉପ-ସଭାପତି ରବିନ୍ଦ୍ର ମହାପାତ୍ର ଏବଂ ଦକ୍ଷିଣ ଜୋନ୍ ସଭାପତି ଶ୍ରୀମାନ Laxman Palei Patra ମହୋଦୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦୂର୍ଗା ଶଙ୍କର ସାହୁ (ବୁଲୁ ସାହୁ), ବରିଷ୍ଠ ବିଜେଡି ନେତା ଶ୍ରୀ ଅନୁପ ପାତ୍ର, ଜୟପୁରର ଜଣାଶୁଣା ସମାଜ ସେବୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ, ଶ୍ରୀ ଅମର ଲାଲ ଆହୁଜା, ଶ୍ରୀ ଲଳିତ ଅଗ୍ରୱାଲ ଉପସ୍ଥିତ ଥିଲେ।
Youth For Action ଏକ ସାମାଜିକ ସଙ୍ଗଠନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଦଳମତ ନିର୍ବିଶେଷରେ ଯୁବ ସମାଜକୁ ଏକତ୍ରିତ କରିବା ସହ ସମାଜର ବିକାଶ ଧାରାରେ ସାମିଲ କରିବା। କୋରାପୁଟ ଜିଲ୍ଲାରେ ବେରୋଜଗାରୀ ଦୁରକରିବା ପାଇଁ ଲଢ଼ିବା, ଦୁର୍ନୀତି ବିରୁଦ୍ଧରେ ଲଢ଼ିବା, ସମାଜର ସବୁବର୍ଗର ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଏବଂ ସମାଜ ସେବା କରିବା ଏହି ସଙ୍ଗଠନର ମୂଳ ଲକ୍ଷ ବୋଲି କୋରାପୁଟଜିଲ୍ଲା ସଭାପତି ଏ ଦୁର୍ଗା ପ୍ରସାଦ କହିଥିଲେ।
କୋରାପୁଟଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ