ଜୟପୁର ଠାରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସାମ୍ବାଦିକ ସମ୍ମୀଳନୀ

କୋରାପୁଟଜିଲ୍ଲା ୨୯/୧୦(ସଖପ୍ର): ଆଜି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ଓଡ଼ିଆ ତରଫରୁ ଜୟପୁରସ୍ଥିତ ପୂର୍ତ୍ତବିଭାଗ ଗେଷ୍ଟହାଉସ ଠାରେ ଦକ୍ଷିଣ ଓଡ଼ିଶାର ସଭାପତି ପ୍ରଭାକର ହନ୍ତାଳଙ୍କ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଦିବାକର ପୂଜାରୀ, ରାୟଗଡାଜିଲ୍ଲାର ଗଙ୍ଗାଧର ନାୟକ, କୋରାପୁଟ ଜିଲ୍ଲାର ଗୋକୁଳ ଚନ୍ଦ୍ର ହନ୍ତାଳ, ମାଲକାନଗିରି ଜିଲ୍ଲାର ସୋନୁ ଅନୁଗୁଙ୍କୁ ଜିଲ୍ଲା ସଭାପତି ଭାବରେ ଚୟନ କରାଯାଇଥିଲା। ମଜଦୂର ମହାସଂଘର ରାଜ୍ୟ ସଭାପତି ଶ୍ରୀ ସଚିନ ମହାପାତ୍ର, ପଶ୍ଚିମ ଓଡିଶାର ସଭାପତି ଶ୍ରୀ ସନାତନ ପ୍ରଧାନ, ଉତ୍ତର ଓଡ଼ିଆର ସଭାପତି ଶ୍ରୀ ଭବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟା ସମାପନ କରିଥିଲେ।
“ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ଦାବୀ” ସରକାରଙ୍କଠାରେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ୧*ସମଗ୍ର ଦେଶରେ ଲାଗୁ ହୋଇଥିବା ୩କୃଷି ବିରୋଧି ଆଇନର ପ୍ରତ୍ୟାହାର। ୨*ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ(map)ସରକାରୀ ଓ ବେସରକାରୀ ସ୍ଥରରେ ଦ୍ରବ୍ରକୁ msp ଠାରୁ କମ୍ ମୂଲ୍ୟରେ କିଣିଲେ ପଞ୍ଜାବ ସରକାରଙ୍କ ଓଡ଼ିଆରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ଳହଣ କରିବା। ୩* ଭାଗ ଚାଷୀ ଆଇନ୍ କାର୍ଯ୍ୟକାରୀ କରିବା। ୪* ଦକ୍ଷିଣ ଓଡିଶାରେ ପ୍ରତିବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ କରିବା। ୫*ଏସିଆ ମହାଦେଶରେ ସବୁଠୁ ବେଶୀ ଉତ୍ପାଦିତ ହେତଥିବା କପାକୁ ବାହାର ରାଜ୍ୟ କିମ୍ବା ଦେଶକୁ ରପ୍ତାନୀ ନ କରି ଶିଳ୍ପ କରଖାନା ପ୍ରତିଷ୍ଠା କରିବା ଭଳି ପଦକ୍ଷେପ ସରକାର ନିଅନ୍ତୁ ବୋଲି ମଜଦୂର ମହାସଂଘ ତରଫରୁ ଦାବୀ ଉପସ୍ଥାପନ କରାଯାଇଥିଲା।