ଜୟପୁର ଠାରେ ଭାରତୀୟ ଜନତା ପାର୍ଟିର ବିଶାଳ ଚାଷୀ ସମାବେଶ

ଜୟପୁର ୨୭/୧୨(ସଖପ୍ର) : ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା ଜୟପୁର ଆଇନ ମହାବିଦ୍ୟାଳୟର ଅନତିଦୂରରେ ଭାରତୀୟ ଜନତା ପାର୍ଟିର ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି ସମାବେଶରେ ଆୟୋଜିତ ଏକ ସଭାରେ ଭା.ଜ.ପା.ର ବରିଷ୍ଠ ନେତା, ପୂର୍ବତନ ମାନ୍ଯବର କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଚାଷୀ ମାନଙ୍କୁ କେନ୍ଦ୍ର କୃଷି ଆଇନର ବିସ୍ତ୍ରୁତ ବ୍ୟାଖ୍ୟା କରିଥିଲେ ।
ଚାଷୀମାନଙ୍କ ମନରେ ଥିବା ଭ୍ରାନ୍ତି ଦୂର କରିବା ପାଇଁ ସେ ତିନି ଗୋଟି ବିଷୟ ପ୍ରତି କୃଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ପ୍ରଥମତଃ, ନ୍ୟୁନତମ ସହାୟକ ମୂଲ୍ୟରୁ ଚାଷୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ ।ଦ୍ବିତୀୟରେ ଚାଷୀଙ୍କ ଜମି ଚାଲିଯିବ ବୋଲି ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି, ତାହା ଅମୂଳକ,ଚାଷୀ ମାନଙ୍କ ନାମରେ ରେକର୍ଡ ଭୁକ୍ତ ହୋଇଥିବା ଜମିକୁ କେହି ନେଇ ପାରିବେ ନାହିଁ ।ତୃତୀୟ କଥା ହେଲା ବିଭିନ୍ନ କମ୍ପାନୀ ଅଧୀନକୁ ଚାଷୀ ଚାଲିଯିବାର ଯେଉଁ ଭ୍ରମ ସୃଷ୍ଟି ହୋଇଛି ତାହା ମଧ୍ୟ ଭିତ୍ତିହୀନ ।ଏଜେନ୍ସିଆଲ କମୋଡିଟି ଏକ୍ଟ୍ ଫଳରେ ଏଥି ପୂର୍ବରୁ କୋଲଡ୍ ଷ୍ଟୋରେଜ ଓ ପୁଞ୍ଜି ନିବେଶ ଓ ବ୍ୟବସାୟ କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ଥିଲା ତାହା ଦୂର ହୋଇପାରିବ। ଚାଷୀ ତା ସହ ହୋଇଥିବା ଏଗ୍ରୀମେଣ୍ଟ ଯେକୌଣସି ସମୟରେ ରଦ୍ଦ କରିପାରିବ ବୋଲି ଶ୍ରୀ ଜୁଏଲ ଓରାମ ସୂଚନା ଦେଇ ଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସର୍ବଶ୍ରୀ ବସନ୍ତ ପଣ୍ଡା, ଜୟରାମ ପାଙ୍ଗି, ବଳଭଦ୍ର ମାଝି, ପର୍ଶୁରାମ ମାଝି, ପ୍ରଦୀପ୍ତ ନାୟକ, ପ୍ରଦୀପ ପୁରୋହିତ, ଶର୍ମିଷ୍ଠା ମେହେର ପ୍ରମୁଖ ଚାଷୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ସୁମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଜୟପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟ,ବୋରିଗୁମ୍ମା ମଣ୍ଡଳ ସଭାପତି ଶ୍ରୀ ରାଜ୍ ସିଂ,ପ୍ରମୁଖଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କଳାହାଣ୍ଡି ଜିଲ୍ଲାର ଅନେକ କୃଷକ ଓ କୃଷକ ନେତା ଯୋଗ ଦେଇଥିଲେ ତଥା କେନ୍ଦ୍ର ସରକାରଙ୍କ କୃଷି ଆଇନ ବିଷୟରେ ଥିବା ସମସ୍ତ ଭ୍ରାନ୍ତି ଦୂରକରିବା ପାଇଁ ନେତାମାନେ ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇଥିଲେ ।