November 18, 2025

Sabubarga Khabar

All category news

ଜୟପୁର ଠାରେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଆଧାରିତ କାର୍ଯ୍ୟକ୍ରମ ”ଶିକ୍ଷକ-ପ୍ରଶିକ୍ଷକ କାର୍ଯ୍ୟାଶାଳା” ଉଦ୍ଘାଟିତ


କୋରାପୁଟଜିଲ୍ଲା/ଜୟପୁର (ସଖପ୍ର):ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ଶାରଦା ବିହାର,ଜୟପୁର ଠାରେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଆଧାରିତ କାର୍ଯ୍ୟକ୍ରମ ”ଶିକ୍ଷକ-ପ୍ରଶିକ୍ଷକ କାର୍ଯ୍ୟାଶାଳା” ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ସମ୍ଭାଗ ଏବଂ ଦକ୍ଷିଣ-ପଶ୍ଚିମ ସମ୍ଭାଗ ଅଧୀନରେ ଥିବା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ସମ୍ଭାଗ ସଂଯୋଜକ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରସନ୍ନ କୁମାର ବିଶ୍ୱାଳ, ପ୍ରାନ୍ତ ନିରୀକ୍ଷକ, ଶିକ୍ଷା ବିକାଶ ସମିତି ଏବଂ ପ୍ରାନ୍ତ ପରୀକ୍ଷା ସଂଯୋଜକ, ପ୍ରାଦେଶିକ ମେଧା ପରିଷଦ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ବିଷୟରେ ଆଲୋକପାତ କରିଥିଲେ । ବିଭିନ୍ନ ସମୟର ଶିକ୍ଷା ନୀତି ଏବଂ ନୂତନ ଶିକ୍ଷା ନୀତିର ସୁନ୍ଦର ଭାବେ ବିଭିନ୍ନ ଉଦାହରଣ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ସହିତ ଶିକ୍ଷା ବିକାଶ ସମିତିର ବିଭିନ୍ନ ଅଧିକାରୀ ଯଥା ଦକ୍ଷିଣ ସମ୍ଭାଗ ସଂଯୋଜକ ଓ ଦକ୍ଷିଣ ସମ୍ଭାଗ ସ୍ବଦେଶୀ ବିଭାଗର ପ୍ରାନ୍ତ ସଂଯୋଜକ ଶ୍ରୀ ବିଶ୍ବମ୍ବର ଦ୍ବାରୀ ,,ପ୍ରାନ୍ତ ଶୈକ୍ଷିକ ସଂଯୋଜକ (ମାଧ୍ୟମିକ ବିଭାଗ) ଓଡିଶା ପୂର୍ବ କ୍ଷେତ୍ର ସଂସ୍କୃତି ବୋଧ ପରିଯୋଜନା ପ୍ରମୁଖ ଶ୍ରୀ କୈଳାଶ ଚନ୍ଦ୍ର ମିଶ୍ର ,, ପ୍ରାନ୍ତ ପରୀକ୍ଷା ସଂଯୋଜକ ଅଶ୍ବିନୀ କୁମାର ନାୟକ ,, ପ୍ରାନ୍ତ ଏବଂ ପୂର୍ବ କ୍ଷେତ୍ର ପ୍ରଶିକ୍ଷଣ ସଂଯୋଜକ ଶ୍ରୀ ନରେନ୍ଦ୍ର କୁମାତ ରାଉଳ,, ଦକ୍ଷିଣ- ପଶ୍ଚିମ ସମ୍ଭାଗ ସଂଯୋଜକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ,, କୋରାପୁଟ ବିଭାଗ ନିରୀକ୍ଷକ ଏବଂ ପ୍ରାନ୍ତ ଓ ପୂର୍ବ କ୍ଷେତ୍ର ବିଜ୍ଞାନ ସଂଯୋଜକ ଶ୍ରୀ ସୁବ୍ରତ ପଟ୍ଟନାୟକ,, ନୂଆପଡା ବିଭାଗ ଓ ସହ ପ୍ରାନ୍ତ ଶାରୀରିକ ସଂଯୋଜକ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ,, କୋରାପୁଟ ସହ ବିଭାଗ ନିରୀକ୍ଷକ, ସହ ପ୍ରାନ୍ତ ବୈଦିକ ଗଣିତ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ । ସର୍ବୋପରି ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ବସ୍ତିଆ କାର୍ଯ୍ୟକ୍ରମରେ ପରିଚୟ ପ୍ରଦାନ କରିଥିଲେ ।ସ୍ଥାନୀୟ ପରିଚାଳନା ସମିତିର ସଭାପତି ଶ୍ରୀ ମନୋରଞ୍ଜନ ପ୍ରଧାନ , ସମ୍ପାଦକ ଶ୍ରୀ ପଙ୍କଜ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା , କୋଷାଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସଫଳତାପୂର୍ବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.