02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ

ଜୟପୁର ୩୦/୦୧ (ସଖପ୍ର): ଜୟପୁର ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଆଜିର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ IAS ଆକବରମ୍ ସସ୍ୟା ରେଡ୍ଡୀଙ୍କ ଦ୍ୱାରା ଦୀପ ପ୍ରଜ୍ଵଳନ ଓ ମାଲ୍ୟାର୍ପଣ କରାଯାଇଥିଲା । ତତ୍ ପରେ ଜୟପୁର ପୌର ଉଦ୍ୟାନ ଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଵଳନ କରା ଯାଇ ଥିଲା। ଆଜି ହେଉଛି ଶହୀଦ ଦିବସ ଏବଂ ସେମାନଙ୍କୁ ସ୍ମରଣ କରି ସେହି ଶହୀଦ ମାନଙ୍କ ପାଇଁ ୧ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଅବସରରେ ଅନ୍ୟାନ୍ୟ ଅତିଥି ଭାବେ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶକ୍ତି ମହାପାତ୍ର, ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀମତୀ ଯଶୋଦା ଗାଦବା, ଜୟପୁର ଟାଉନ ଥାନା ଅଧିକାରୀ ଶ୍ରୀ ରମଣୀ ରଞ୍ଜନ ଦଳାଇ, ଜୟପୁର ସଦର ଥାନା ଅଧିକାରୀ ଶ୍ରୀ ଈଶ୍ଵର ତାଣ୍ଡି, ଜୟପୁର ପୌର ପାଳିକା ଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ, ପୋରପାଳିକାର କର୍ମଚାରି ଓ ସାମ୍ବାଦିକବୃନ୍ଦ ପ୍ରମୁଖ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *