ଜୟପୁର ଠାରେ “ଓଁ ସାଇରାମ ମିନିଟ୍ରକ ଓନର୍ସ ଆସୋସିଏସନ୍” ଗଠନ ହେଲା

ଜୟପୁର ୨୫/୧୦(ସଖପ୍ର): ଆଜି ଜୟପୁର ସହର ବଙ୍ଗଳାବାଡ ଠାରେ “ଓଁ ସାଇରାମ ମିନିଟ୍ରକ ଓନର୍ସ ଆସୋସିଏସନ୍” ଗଠନ କରାଗଲା। କ୍ଷୁଦ୍ର ମାଲବାହୀ ଗାଡିର ମାଲିକମାନେ ଏହି ଆସୋସିଏସନ୍ ଗଠନ କରିଛନ୍ତି। ଗାଡି ମାଲିକ ମାନଙ୍କ ମଧ୍ୟରେ ଭାଇଚାରା ସଂପର୍କ ଓ ବ୍ୟବସାୟ ଭିତ୍ତିକ ଉନ୍ନତି ଏହାର ମୁଖ୍ୟ ଲକ୍ଷ ହେବ । ବଙ୍ଗଳାବାଡ ଠାରେ ଟାଟା ମୋଟର୍ସ ତରଫରୁ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଗାଡି ମାଲିକ ମାନଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା। ଟାଟା କମ୍ପାନୀ ତରଫରୁ ଇଞ୍ଜିନିୟର ଓ ଜୟପୁର ଟାଟା ମୋଟର୍ସର ମାଲିକ ଓ ଜୟପୁର ଟ୍ରକ ମାଲିକ ସଂଘର ସଭାପତି ବାବୁଲା ନାୟକ ସମ୍ମିଳନୀରେ ଯୋଗ ଦେଇ ଟାଟା କମ୍ପାନୀ ମାର୍କେଟକୁ ଛାଡି ଥିବା ନୂଆ ଗାଡି ବିଷୟରେ ବୁଝାଇଥିଲେ । ଟାଟା ଗାଡିର କଣ ସମସ୍ୟା ରହିଛି ମାଲିକ ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏହା ପରେ ଗାଡିମାଲିକ ମାନେ ପରଷ୍ପର ମଧ୍ୟରେ ଆଲୋଚନା କରି ଆଗାମୀ ବୈଠକରେ ଆସୋସିଏସନର ପଦ ପଦବୀ ଚୟନ ପ୍ରକ୍ରିୟା କରିବାକୁ ସ୍ଥିର କରାଯାଇଥିଲା।