02/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଟାଉନ ପୋଲିସ ହାତରେ ତିନି ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ଜୟପୁର (ସଖପ୍ର): ଆଜି ଜୟପୁର ଟାଉନ୍ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୋଟେଲ ହାଲୋ ଜୟପୁର ପାଖ ଗେଟଗୁଡାରେ ଥିବା ଆମ୍ବତୋଟାରେ ସଦଳବଳେ ଅତର୍କିତ ଚଢାଉ କରିଥିଲେ। ଚଢାଉ କରି ତିନିଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ନିକଟରୁ ୨.୭୧ ଗ୍ରାମର ବ୍ରାଉନ ସୁଗାର, ୧୪ଶହ ଟଙ୍କା, ୨ଟି ମୋଟର ସାଇକେଲ ଜବତ କରିଥିଲେ। ଧରିଥିବା ତିନିଜଣ ବ୍ୟବସାୟୀ ଜୟପୁର ସହରରେ ରହୁଥିବା ଜଣାପଡିଛି। ଏମାନେ ବିଟେକ ଓ ଆଇଟିଆଇ ଛାତ୍ର ଅଟନ୍ତି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୧ହଜାର ଟଙ୍କା ହେବ ବୋଲି ପୋଲିସ କହିଛନ୍ତି । NDPS ଆକ୍ଟରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓ ତଦନ୍ତଜାରୀ ରହିଥିବା IIC ସଞ୍ଜୟ ମଣ୍ଡଳ ସାମ୍ବାଦିକ ମାନଙ୍କୁ କହିଛନ୍ତି।

ଜୟପୁରରୁ ଗେଜେନ୍ଦ୍ର ସାହୁଙ୍କ ସହ ମଞ୍ଜିତ ସିଂ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *