ଜୟପୁର ଟାଉନ ପୋଲିସ ଦ୍ବାରା ବେଆଇନ ବନ୍ଧୁକ ରଖିଥିବା ଦୁଇ ଜଣ ଗିରଫ
ଜୟପୁର(ସଖପ୍ର):କୋରାପୁଟ ଜିଲ୍ଲା ଜୟପୁର ଠାରେ ବେଆଇନ ଭାବେ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜୟପୁର ଟାଉନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବୋରିଗୁମ୍ମା ଅଞ୍ଚଳର ବିସିଂପୁର ଅଞ୍ଚଳର ଡମ୍ବରୁ ପାଣ୍ଡିଆ ଓ ଅନ୍ୟ ଜଣ ହେଲେ ଶଙ୍କର କମାର। ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଅପରାହ୍ନ ୨ ଟା ସମୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ସୂଚନା ଅନୁଯାୟୀ ଟାଉନ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜୟପୁର ସ୍ଥିତ ସ୍ଥାନୀୟ ଜୟନଗର ଠାରେ ଏକ ୟୁନିକର୍ଣ୍ଣ ବାଇକ ଓଡି ୧୦ ପି ୭୧୬୮ ରେ ଶିକାର କରି ଫେରୁଥିବା ସମୟରେ ସେମାନଙ୍କୁ ପୋଲିସ ଅଟକ ରଖି ଲାଇସେନ୍ସ ମାଗିଥିଲେ। ସେମାନେ ଲାଇସେନ୍ସ ଦେଖାଇ ପାରି ନ ଥିଲେ। ତେଣୁ ବେଆଇନ ଭାବେ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଗିରଫ କରିଛି ଜୟପୁର ଟାଉନ ପୋଲିସ ଓ ଏହି କେସର ତଦନ୍ତ ଦାୟିତ୍ବ ଏସ ଆଇ କିଣ୍ଡୋଙ୍କୁ ଦିଆ ଯାଇଛି । ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ