ଜୟପୁର ଚିତ୍ତବିନୋଦନ ଉଦ୍ୟାନ (ଜୟନଗର ପାର୍କ) ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା

ଜୟପୁର,୫/୧୧(ସଖପ୍ର): ସ୍ଵେଚ୍ଛାସେବୀ ସିଓ୍ୱାର ମହିଳା ଶାଖା ପକ୍ଷରୁ ଜୟପୁର ଚିତ୍ତବିନୋଦନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟାନରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ କୂଳରେ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୨୯୪ଜଣ ପ୍ରତିଯୋଗୀ – ଏବଂ ୧୨ଜଣ ଅଭିଜ୍ଞ ଚିତ୍ରକର ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଜି.ସତ୍ୟମ ଆଚାରୀ ପ୍ରଥମ, ଜୁନାରୀୟା ତବାସୁମ ଦ୍ବିତୀୟ ଓ ତନ୍ନିଷା ତନୁଶ୍ରୀ ପଣ୍ଡା ତୃତୀୟ ଓ ଶ୍ଵେତା ସିଂଙ୍କୁ ସାର୍ଚ୍ଚନାମୂଳକ ପୁରିସ୍କାର ଦିଆଯାଇଥିଲା। ବରିଷ୍ଠ ବର୍ଗରେ ଜି.କାଭ୍ୟ ପ୍ରଥମ, ଶ୍ରୀପଦ୍ମା ସାହୁ ଦ୍ବିତୀୟ, ସ୍ମୃତି ପାଢୀ ତୃତୀୟ ସ୍ଥାନ ଲାଭ କରିଥିଲେ। ତାଲିମପ୍ରାପ୍ତ ର୍ବର୍ଗରେ ସ୍ଵହେବ ଗୌଡ ପ୍ରଥମ, ଧରଣୀଧର ନାୟକ ଦ୍ୱିତୀୟ, ତାପସ ରଂଜନ ପଣ୍ଡା ତୃତୀୟ ସ୍ଥାନ ଲାଭ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ନରେନ୍ଦ୍ର ପଟ୍ଟନାୟକ, ଶଶୀଭୂଷଣ ପଟ୍ଟନାୟକ ଏବଂ ପ୍ରକାଶ ନାୟକ ଯୋଗ ଦେଇଥିଲେ। ଯୁଧିଷ୍ଠିର ମଲ୍ଲିକ, ବୁଲୁ ଅମାୟିକା, ପି.ଶ୍ରୀନିବାସ, ପଦ୍ମଚରଣ ଚୌଧୁରୀ, ସୁନୀଲ ସାଗର, ଦିନେଶ ସାହୁ ଏବଂ ପ୍ରଭାକର ମହାରଣା ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସନାତନ ପୁରୋହିତ ଦାଶ ଏବଂ ବଂଶୀବାଦକ ରବିନ ମହାନନ୍ଦିଆ ସଂଗୀତ ପରିବେଷଣ କରିଥିଲେ। ସେହିପରି ବିଶାଲ ପଟ୍ଟନାୟକ ଏବଂ ମନୋସ୍ବିନୀ ମହାରଣା ସଚେତନତା ସୃଷ୍ଟି କରିଥିଲେ। ସିଓ୍ବା ମହିଳା ଶାଖା ସଂପାଦିକା ବିଜୟାଲକ୍ଷ୍ମୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ସଭାନେତ୍ର ସୁମନ ମୁଦ୍ରା, ମମତା ନାୟକ, ବାଣୀ ପଟ୍ଟନାୟକ, ମମତା ସଂଧ୍ୟାରାଣୀ ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଭୁଲକ୍ଷ୍ମୀ ଆଚାରୀ, ମମତାଞ୍ଜଳି ପାତ୍ର, ମମତା ମହାପାତ୍ର, କେ.ଦିବ୍ୟା, ଶୁଭସ୍ମିତା ସାନ୍ତ୍ରା, ମମତା ସାହୁ, ସଂଯୁକ୍ତା ଷଡ଼ଙ୍ଗୀ, ମାମାଲି ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।