November 18, 2025

Sabubarga Khabar

All category news

ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪୭ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଜୟପୁର ୨୭/୧୦ (ସଖପ୍ର): ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ମିଳିତ ଅଭିଯୋଗର ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ୪୭ ଅଭିଯୋଗର ଶୁଣାଣି କରିଥିଲେ | ଏଥିରେ ୩୮ବ୍ୟକ୍ତିଗତ ଓ ୯ ଗୋଷ୍ଠୀ ଅଭିଯୋଗ ଥିଲା। ଏଥିରେ ସ୍ବେଚ୍ଛାସେବୀ କୃଷ୍ଣକେଶବ ଷଡଙ୍ଗୀ ବିଭିନ୍ନ ସମସ୍ୟାର ସମଧାନ ନେଇ ଅଭିଯୋଗ କରିଥିଲେ | ଏଥିରେ ସ‌ହରର ବାଇପାସ୍ ରୋଡ, ଜଗନ୍ନାଥ ସାଗର ପାର୍ଶ୍ଵରେ ନିର୍ମାଣଧୀନ ଅବସ୍ଥାରେ ରହିଥିବା ପେଟ୍ରୋଲ ପମ୍ପକୁ ବିରୋଧ କରିଥିଲେ | ପେଟ୍ରୋଲ ପମ୍ପ ନିର୍ମାଣ ହେଲେ ଜଗନ୍ନାଥ ସାଗର ପାଣି ଦୂଷିତ ହେବାର ସମ୍ବାବନା ରହିଛି | ତୁରନ୍ତ ପେଟ୍ରୋଲ ପମ୍ପ କାର୍ଯ୍ୟକୁ ବନ୍ଦ ରଖିବା ସହ କେଉଁ କାରଣରୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ତଦନ୍ତ କରିବାକୁ ଦାବି କରିଛନ୍ତି। ମେ ମାସ ୩୦ତାରିଖରେ ଗୁପ୍ତେଶ୍ଵର ମନ୍ଦିର ଭିତରକୁ ୨ଯୁବକ କୁକୁର ନେଇ ପ୍ରବେଶକୁ ନେଇ ଅନଲାଇନ ମାଧ୍ୟମରେ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ ପକ୍ଷରୁ କୌଣସି ତଦନ୍ତ କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା | ଉଭୟ ଓଡିଆ ଓ ତେଲୁଗୁ ଭାଷା ପାଠ୍ୟକ୍ରମ ଥିବା ଭୂପତିସାହି ପ୍ରାଥମିକ ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା । ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣ ଏକ ବେଆଇନ କାର୍ଯ୍ୟ ହୋଇଥିବାରୁ ତୁରନ୍ତ ଏହାକୁ ବନ୍ଦ କରାଯିବା ସହ ଏହାର ପରିଚାଳନା ଦାୟିତ୍ଵ ଜିଲ୍ଲା କ୍ରୀଡାଧିକାରୀଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଥିଲା | ଘୋଡାଶାଳ ପଡିଆରେ ଥିବା ପୁରୁଣା ଅଗ୍ନିଶମ ବିଭାଗର କର୍ମଚାରୀ ରହୁଥିବା ବାରାକ୍‌କୁ ବର୍ତମାନ ଏକ ଘରୋଇ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା ବେଳ ଏହାକୁ ବନ୍ଦ କରି ୨ହଜାର ବର୍ଗଫୁଟର ଏହି ହଲକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ସଭାକକ୍ଷ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ ଦାବି ହୋଇଛି। ଉଭୟ ଜିଲ୍ଲାପାଳ ଶ୍ରୀ ମହାଜନ ଏବଂ ଏସପି ଶ୍ରୀ ବର୍ମା ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ଉପଜିଲ୍ଲାପାଳ ଆକାଭରମ୍ ଶସ୍ୟା ରେଡ୍ଡୀ, ଏସଡିପିଓ ପାର୍ଥ କାଶ୍ୟପ ଜଗଦୀଶ, ଆଇଏଏସ ପ୍ରୋବେସନାରି ସନ୍ତୋଷ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଏସଡିଏମଓ ଡା. ଦିଲ୍ଲୀପ କୁମାର ବିଶ୍ବାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.