ଜୟପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟଜିଲ୍ଲା:ଜୟପୁର ଉପଖଣ୍ଡ ସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଜୟପୁର ମୁଖ୍ୟରାସ୍ତାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି,ଜୟପୁର ଏସଡିପିଓ ଆଇପିଏସ v.ଗୁଣ୍ଠୁପାଲ୍ଲୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ପତାକା ଉତ୍ତୋଳନସହ ଭାଷଣ ଦେଇଥିଲେ।
ପ୍ୟାରେଡ଼ରେ ୫୨ଟି ଦଳ ଭାଗ ନେଇଥିବାବେଳେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା। ମୁଖ୍ୟ ରାସ୍ତାରେ ପ୍ୟାରେଡ଼ କରିବା ପ୍ରଶାସନ ପାଇଁ ଠିକ ହୋଇଥିବାବେଳ ଜନସାଧାରଣ ନାହିଁ ନଥିବା ଅସୁବିଧାର ଶିକାର ହୋଇଥିଲେ। ଗଣତନ୍ତ୍ର ଦିବସ ପାଇଁ ହୋଇଥିବା ପୂର୍ବପ୍ରସ୍ତୁତି ବୈଠକରେ ଅନେକଲୋକ ଭାଗ ନେଇଥିଲେ ମଧ୍ୟ ଜଣେ କିମ୍ବା ଦୁଇଜଣଙ୍କ ସହମତିରେ ପ୍ରଶାସନ ଏହାକୁ ସ୍ଥିର କରିଥିଲା। ଜୟପୁର ମୁଖ୍ୟରାସ୍ତା ଜଗତଜନନୀ ଛକଠାରୁ ତହସିଲ ଅଫିସଛକ ମଧ୍ୟରେ ଯାନବାହନ ଚଳାଚଳ ସୀମା ମଧ୍ୟରେ ବାଉଁଶବାଡ ଦିଆଯାଇ ପ୍ୟାରେଡ ଦଳମାନଙ୍କୁ ପ୍ୟାରେଡ଼ କରିବାପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଜନସାଧାରଣଙ୍କ ପାଇଁ ସ୍ଥାନ ବହୁତ କମ୍ ଥିଲା। ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ପାଇଁ ଚିହ୍ନଟ ହୋଇଥିବା ମୋଟରସାଇକେଲ ପାର୍କିଂ ସ୍ଥାନରେ ଜନସାଧାରଣ ଠିଆହୋଇ ପ୍ୟାରେଡ ଦେଖିବାପାଇଁ ବ୍ୟବସ୍ଥା କରାଯାଇଥିଲା।ଏହିପାର୍କିଂସ୍ଥାନ ବହୁତ କମଥିବାରୁ ଜନସାଧାରଣ ହଇରାଣ ହରକତ ହୋଇଥିଲେ। ବିଶେଷକରି ମହିଳା ଓ ଶିଶୁମାନେ ଅସୁବିଧା ଭୋଗିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ପ୍ରଚାରପ୍ରସାର କରିବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବ୍ୟତିତ ୫୦ରୁ ଉର୍ଦ୍ଧ୍ୱ ଯୁବକ ୪ଜି ମୋବାଇଲ ଧରି ପ୍ୟାରେଡ ସମୟରେ ପ୍ୟାରେଡ ସୀମା ମଧ୍ୟରେ ଫଟୋ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ପ୍ୟାରେଡ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମର କ୍ୟାମେରାମ୍ୟାନଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଥିଲା। ଜୟପୁର ଷ୍ଟାଡିୟମ ପଡିଆରେ ଅଗଷ୍ଟପନ୍ଦର,ସାଧାରଣତନ୍ତ୍ର ଦିବସ,ଦଶହରା ରାବଣପୋଡି ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ,ଦଳୀୟ ସମାବେଶ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ପ୍ରଶାସନ କାହିଁକି ଓ କାହାର ଚାପରେ ଏପ୍ରକାର ନିଷ୍ପତ୍ତି ନେଉଛନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୫୨ଟି ଦଳ ଅତିସୁନ୍ଦର ଭାବରେ ପ୍ୟାରେଡ କରିଥିଲେ।ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଜୟପୁର ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି, ଜୟପୁର ସବଜେଲ ଜେଲର ଲଲାଟେନ୍ଦୁ ଭୁଷଣ ଦାଶ ଓ ଜୟପୁର ପୌରପରିଷଦ ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ୟାରେଡରେ ଭାଗନେଇଥିବା ଦଳମାନଙ୍କୁ ପ୍ରତିଯୋଗିତା ମୂଳକ ପୁରଷ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ବଣ୍ଟନ ହୋଇଥିଲା।ଏହି କାର୍ଯ୍ୟକ୍ରମ ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକାରୀ ପୀତବାସ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା।