ଜୟପୁର ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର (ସଖପ୍ର): ଜୟପୁର ଆଇନ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳନ ଅବସରରେ “ଭାରତୀୟ ସାଧାରଣ ନିର୍ବାଚନରେ କଣ ସଂସ୍କାର ଆବଶ୍ୟକ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ ମହାବିଦ୍ୟାଳୟ ଟ୍ରଷ୍ଟ ସଂପାଦକ ବିଷ୍ଣୁ ପ୍ରସାଦ ପାତ୍ର, ଅଧ୍ୟାପକ ଡ ଚକ୍ରଧର ପାଣି, ଡ଼ ରବିନ୍ଦ୍ର କୁମାର ସୁଆର ଓ ଅଧ୍ୟାପିକା ଡ଼ ଦୀପା ମୁଦୁଲି ପ୍ରମୁଖ ଭାଗନେଇ ସମ୍ବିଧାନ ଦେଇଥିବା ସମସ୍ତ ଅଧିକାର ଓ ଆଇନର ବିଭିନ୍ନ ଦିଗ, ସାଧାରଣ ନିର୍ବାଚନ ଉପରେ ଆଲୋଚନା କରିଥିଲେ।ଭାରତ ଇଂରେଜମାନଙ୍କ ଶାସନରୁ ମୁକ୍ତ ହୋଇ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ ହେଲା। ଦେଶକୁ ଚଳାଇବାକୁ ଏକ ସଂବିଧାନର ଆବଶ୍ଯକ ପଡିଲା। ଡ. ଆମ୍ବେଦକର ୬୦ଟି ଦେଶର ସଂବିଧାନ ଗଭୀର ଭାବରେ ଅଧ୍ଯୟନ କରି ଭାରତ ପାଇଁ ସୁନ୍ଦର ସଂବିଧାନଟିଏ ପ୍ରସ୍ତୁତ କରିଥିଲେ। ଭାରତ ଏକ ବହୁଜାତି, ବହୁଭଷା, ବହୁ ଧର୍ମ ତଥା ଲିଙ୍ଗୀୟ ବିଭେଦତା ମଧ୍ଯରେ ସମସ୍ତଙ୍କ କଲ୍ଯାଣ ଉଦ୍ଦେଶ୍ଯରେ ଏକ ଜନ ମଙ୍ଗଳ ରାଷ୍ଟ୍ର ପାଇଁ ଅତି ନିଖୁଣ ନିପୁଣ ସୁନ୍ଦର ସମ୍ବିଧାନ ନିର୍ମାଣ କଲେ। ଡ. ବାବା ସାହେବ ସଂବିଧାନର ନିର୍ମାତା ଭାବରେ ସୁପରିଚିତ। ଭାରତୀୟ ସଂବିଧାନର ସେ ଜନକ ଭାବେ ଆଜି ପୂଜିତ ଏବଂ ବନ୍ଦିତ। ଜାତି,ଧର୍ମ,ବର୍ଣ୍ଣ ,ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ସମାନ। ଡା. ବି.ଆର.ଆମ୍ବେଦକର ତାଙ୍କର କୃତିତ୍ବ ପାଇଁ ବିଶ୍ବର ସର୍ବ ଶ୍ରେଷ୍ଠ ବିଦ୍ବାନ ଭାବରେ ସର୍ବତ୍ର ସୁପରିଚିତ। ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପୃଥିବୀର ସର୍ବବୃହତ ଲିଖିତ ଭାରତୀୟ ସଂବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରାପ୍ତ ହୋଇଥିଲା। ଏଣୁ ଏହି ଦିନକୁ ସଂବିଧାନ ଦିବସ ଭାବେ ପାଳନ କରି ଆସୁଛନ୍ତି। ଭାରତୀୟ ସଂବିଧାନର ମୌଳିକ ବୈଶିଷ୍ଚ୍ଯ ହେଲା ଭାରତ ଏକ ସାର୍ବଭୌମ, ସମାଜବାଦ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ର ଓ ସାମାଜିକ,ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ନ୍ଯାୟ ପ୍ରଦାନ ଲାଗି ଯୁକ୍ତି ଉପସ୍ଥାପିତ କରାଯାଇଛି। ଭାରତକୁ ଏକ ଜନ ମଂଗଳ ରାଷ୍ଟ୍ରରେ ପରିଣତ କରି ସମସ୍ତ ନାଗରିକଙ୍କୁ ସ୍ବାଧୀନତା,ସମାନତା,ନ୍ଯାୟ, ଓ ଭାତୃତ୍ବ ବନ୍ଧନରେ ବାନ୍ଧି ଜାତୀୟ ସଂହତି ସ୍ଥାପନ କରିବା ଏହାର ମୁଖ୍ୟ ଆଭିମୁଖ୍ଯ ବ୍ୟେମକେଶ ରାଜଗୁରୁ, ଫର୍ଣ୍ଣାଡିଜ୍ ସାହୁ, ଟିଜେ ଆଲୋକ,ଶୁଭମ ପାଣିଗ୍ରାହୀ, ସିଦ୍ଧାର୍ଥ ମଣ୍ଡଳ, କୋମଳ ଜୟସ୍ବାଲ, ଲିପସା ନାୟକ, ସ୍ବିଟି ବେହେରା, ସଂଜୀବନୀ ପଣ୍ଡା, ଏସ୍ ଗଣେଶ୍ବର ରାଓ ପ୍ରମୁଖ ସେମିନାରରେ ଅଂଶ ଗ୍ରହଣ କରିଥିଲେ।
ପ୍ରତିନିଧି ସନ୍ତୋଷ ପାତ୍ର