01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଟାଉନ ପୋଲିସ ହାତରେ ଧରାପଡିଲେ ଚୋରଦଳ


କୋରାପୁଟ ଜିଲ୍ଲା/ଜୟପୁର(ସଖପ୍ର): ସୂଚନା ଅନୁଯାୟୀ ଗତ 30 /7/2021 ତାରିଖ ରାତିରେ ଜୟପୁର ଏମ.ଜି ରୋଡ଼ ସ୍ଥିତ କଳିଙ୍ଗ ଟିଭି ଅଫିସରୁ ଚୋରି ହୋଇଥିଲା। ଜୟପୁର ଟାଉନ ଥାନରେ ଗତ ,1/8/2021 ରିଖ ଟାଉନ ଥାନାରେ ଅଭିଯୋଗ କରିଥିଲେ କଳିଙ୍ଗ ନିଉଜର ପ୍ରତିନିଧି ମଧୁସ୍ମିତା ମିଶ୍ର । ଏହି ଅଭିଯୋଗ ଅନୁସାରେ ଜୟପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଯାହାକି କେସ ନଂ 182/21ରେ ରୁଜୁ କରି ଜୟପୁରୁ ଟାଉନ ଥାନା ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ଆଜି 4 ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଅଭିଯୁକ୍ତ ମାନେ ହେଲେ ସୁରେନ୍ଦ୍ର ହରିଜନ ,ବୟସ 30, ଢେପଗୁଡା ଅଞ୍ଚଳର , ସୋମନାଥ ଜାନୀ, ବୟସ 22 ପାଓ୍ବାର ହାଉସ କଲୋନୀ , ଶଙ୍କର ଯାନୀ ବୟସ 22 ଓ ନରସିଂହ ମହାକୁଡ଼ ,ବୟସ 40 ପୁରୁଣାଗଡ଼ ଅଞ୍ଚଳର ବୋଲି ଜଣାପଡିଛି ଏମାନଙ୍କ ପାଖରୁ ଗୋଟିଏ 47 ଇଞ୍ଚର ଏଲ,ଜି ଟିଭି ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ପେଶାଦାର ଅପରାଧି ବୋଲି ସୂଚନା ମିଳିଛି। ଲଙ୍କେଶ୍ୱରୀ ମନ୍ଦିର ଚୋରିଘଟଣାରେ ମଧ୍ୟ ଜଣେ ସାମିଲ ଅଛି ବୋଲି ଆଜି ଜୟପୁର ଏସ୍,ଡି,ପିଓ ଅରୁପ ଅଭିଷେକ ବେହେରା ଓ ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *