ଜୟପୁରସ୍ଥିତ ଯାଦବ ଭବନରେ NHRCCB ତରଫରୁ ବୈଠକ ଅନୁଷ୍ଠିତ
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଆଜି ଜୟପୁରସ୍ଥିତ ଯାଦବ ଭବନରେ NHRCCB ତରଫରୁ ମାନବ ଅଧିକାର ସମ୍ବନ୍ଧୀୟ ଅଧିକାର ବିଷୟରେ ଆଲୋଚନା ହୋଇଛି। ସାଧାରଣ ଜନତା କିପରି ମାନବ ଅଧିକାରରୁ ବଞ୍ଚିତ ହେବେନାହିଁ ଓ ମାନବ ଅଧିକାର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟାରୁ ରକ୍ଷା ପାଇବେ ସେ ବିଷୟରେ କିଶୋର କୁମାର ମିଶ୍ର ରାଜ୍ୟ ସଭାପତି ଆଲୋକପାତ କରିଥିଲେ। ଜୁନ୍ ମାସ ୧୫ତାରିଖ ୨୦୦୫ରେ ଏହି ଆଇନ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା। ସରକାରୀ କାର୍ଯ୍ୟାଳୟରେ ସୂଚନା ପ୍ରଦାନ ପାଇଁ ଜନ ସୂଚନା ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ୩୦ଦିନ ମଧ୍ୟରେ ସୂଚନା ପ୍ରଦାନ କରିବେ କିନ୍ତୁ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାଧାରଣ ଜନତା ସୂଚନା ପାଇପାରୁ ନାହାଁନ୍ତି, ଅର୍ଥାତ ଜନ ସୂଚନା ଅଧିକାରୀ ଅବହେଳା ପ୍ରଦର୍ଶନ କରୁଛନ୍ତି। ମୋ ସରକାର ଓ 5T ର ସ୍ବଚ୍ଛତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ରାଜ୍ୟ ପରିଚାଳକ ତଥା ସାଧାରଣ ସଂପାଦକ ପଞ୍ଚାନନ ଦାଶ, ଡିଭିଜନାଲ ସଭାପତି ଅନିଲ ଦଳେଇ, ଜିଲ୍ଲା ପରିଚାଳକ ତଥାଲ ମିଡିଆ ସେଲ ଉପଦେଷ୍ଟା ରବି ନାୟକ, ଉପସଭାପତି ଗଣେଷ ଛୋଟରାୟ, ବିଭିନ୍ନ ଜିଲ୍ଲାର ସଭାପତି, ସଂପାଦକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ଜୟପୁରରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ