ଜୟପୁରସ୍ଥିତ ଯାଦବ ଭବନରେ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର୨୮/୦୨(ସଖପ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ଉନ୍ନତି ପାଇଁ ସର୍ଭେ ବିଜ୍ଞପ୍ତି ଜାରୀ କଲାପରେ ଜୟପୁରସ୍ଥିତ ଯାଦବ ଭବନରେ “କୋରାପୁଟଜିଲ୍ଲା ପଛୁଆବର୍ଗ ମହାସଙ୍ଘ” ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ପଛୁଆବର୍ଗ ଚିହ୍ନଟ ଓ ସେମାନଙ୍କର ଶିକ୍ଷା ଓ ଆର୍ଥିକ ବିକାଶକୁ ନେଇ ସର୍ଭ କରାଯିବ। ଓଡ଼ିଆ ସରକାର ପଛୁଆବର୍ଗ ଲୋକଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିବାରୁ ବିଶେଷକରି ପଛୁଆବର୍ଗ ଓ ବୁଦ୍ଧିଜୀବୀଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି। ଏହି ଅବସରରେ ଜୟପୁରସ୍ଥିତ ଯାଦବଭବନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପଛୁଆବର୍ଗର ଜନସାଧାରଣ ମିଳିତ ଭାବେ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମ ଅନୁଷ୍ଠିତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ବାଲା ରାୟ,ରମାକାନ୍ତ ରାଉଳ,ରାଜେନ୍ଦ୍ର ଗୌଡ,ସୁଜାତା ଆଚାରୀ,ଅଭିମନ୍ୟୁ ମହାରଣା,ସନ୍ତୋଷ ମହାନ୍ତି,ପରମେଶ୍ବର ପାତ୍ର,ଯୁଧିଷ୍ଠିର ରାଉଳ,ରାଧାମୋହନ ଗୌଡ,ସୀମାଞ୍ଚଳ ସୁଆର,ଅମିତ ହୋତା,ଶ୍ରୀଚନ୍ଦନ ନାୟକ ଓ ଅନେକ ପଛୁଆବର୍ଗ ଲୋକମାନେ ଉପସ୍ଥିତ ଥିଲେ।ଶେଷରେ ପ୍ରମୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।