ଜୟପୁରରେ ଶ୍ରମ ଅଦାଲତ ଲୋକାର୍ପିତ
ଜୟପୁର: ଜୟପୁର ଶ୍ରମ ଅଦାଲତ ପୁରୁଣା ତହସିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେବାପରେ ଲୋକାର୍ପିତ ହୋଇଛି।ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ପ୍ରିଜାଇଡିଂ ଅଧିକାରୀ ବେଣୁଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରିଥିଲେ। ଏହି ଶ୍ରମ ଅଦାଲତଟି କୋରାପୁଟ, କଳାହାଣ୍ଡି, ନଂବରଙ୍ଗପୁର, ମାଲକାନଗିରି, ରାୟଗଡା, ବୌଦ୍ଧ, ଗଜପତି, ଗଞ୍ଜାମ, ନୂଆପଡ଼ା, କନ୍ଧମାଳ ଜିଲ୍ଲାର ଶ୍ରମିକ ସମ୍ବଧିତ ବିବାଦ ଗୁଡିକର ସମାଧାନ କରିବା ପାଇଁ ଉଦ୍ଧିଷ୍ଟ ରହିଛି। ପ୍ରିଜାଇଡିଂ ଅଧିକାରୀ ବିଦ୍ୟାଧର ପୃଷ୍ଟି, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ସାଗରିକା ଷଡଙ୍ଗୀ, ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ, ସମ୍ପାଦକ ପିଣ୍ଟୁ ମାଝୀ, ସରକାରୀ ଓକିଲ ବିଷ୍ଣୁ ପ୍ରସାଦ ପାତ୍ର, ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ, ଆଇନଜୀବୀ କେ ଏନ୍ ସାମନ୍ତରାୟ, ଅନୁପ ପାତ୍ର, ଲାଲୁ ମିଶ୍ର, ହରିଶ ମୁଦୁଲି, ଗୋପବନ୍ଧୁ ସାନ୍ତ୍ରା,ଜିଲ୍ଲା ଏବଂ ଉପଖଣ୍ଡର ଅଧିକାରୀ ମାନଙ୍କ ସହ କେ ଦିବାକର, ସହଦେଵ ପଟନାୟକ, ତେଜି ପଣ୍ଡା, ନାନାଜି ଆଚାରୀ, ଗଙ୍ଗା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନୂଆ ସ୍ଥାନରେ ଅଦାଲତ ଆରମ୍ଭ ହୋଇଥିବାରୁ ଆଇନଜୀବୀମାନେ ସ୍ବାଗତ ଜଣାଇଛନ୍ତି। ମହକିଲମାନେ ଏହାଦ୍ବାରା ଉପକୃତ ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ୩୮ବର୍ଷରୁ ଉର୍ଦ୍ଧ୍ବ ସମୟଧରି ରାଜୁସାହିସ୍ଥିତ ଗୋଟିଏ ଭଡାଘରେ ଶ୍ରମ ଅଦାଲତ ପରିଚାଳିତ ହେଉଥିଲା।