12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜେ,କେ କାଗଜ କଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଜରିଆରେ ରାୟଗଡ଼ାର ୪୦୦୦ କୃଷକ ମାନଙ୍କୁ ବେୟର ଧାନ ବିହନ ବଣ୍ଟନ

ରାୟଗଡା ୦୨/୦୭(ସଖପ୍ର) ଆଜି ଦିନ କୋଲନରା ପଞ୍ଚାୟତ ସମିତି ଅଭ୍ୟର୍ଥନା କକ୍ଷ ଠାରେ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ଜେ. କେ କାଗଜ କଳ, ସ୍ପର୍ଶ ସୋସିଆଲ ଫାଉଣ୍ଡେସନ, ବେୟର ଓ ସର୍ବ ସେବା ସମିତି ସଂସ୍ଥାନ ଙ୍କ ମିଳିତ ସହଯୋଗୀତା କ୍ରମେ କୃଷକମାନଙ୍କୁ ମାଗଣା ଧାନ ବିହନ ଓ ବିଶୋଧନ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଅଛି। ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ପୁଆଲା, କୋଲନରା ବ୍ଲକର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ତେଜରାଜ ନାଗ, ନାବାର୍ଡର ଡିଡିଏମ୍ ଶ୍ରୀଯୁକ୍ତ ସୁଦ୍ୟୁନ୍ନ ପାଲ୍, ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ବୈକୁଣ୍ଠନାଥ ବେହେରା, କୃଷି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, କୋଲନରା ସରପଞ୍ଚ ଶ୍ରୀମତୀ ମଞ୍ଜୁଳା ତାଡିଙ୍ଗି, ସ୍ପର୍ଶ ସୋସିଆଲ ଫାଉଣ୍ଡେସନର ପ୍ରବନ୍ଧକ ଓ ରାଜ୍ୟ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ଆସୋସିଏଟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ କିଶୋର କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇଥିଲା। ବେୟର ଧାନ ବିହନ କମ୍ପାନୀ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଜୀବିକା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଲନରା, ରାୟଗଡ଼ା, କଲ୍ୟାଣସିଂହପୁର ବ୍ଲକର ୨୫ ଟି ଗ୍ରାମପଞ୍ଚାୟତ ରେ ୨୦୦୦ ଏକର ଜମିରେ ଧାନ ଚାଷ ନିମନ୍ତେ ୪୦୦୦ ଚାଷୀମାନଙ୍କୁ ମାଗଣା ଧାନ ବିହନ ଓ ବିଶୋଧନ ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଧାନ ୧୨୦ ଦିନରେ ଅମଳ ହୋଇପାରୁଥିବା ଏବଂ ସମତଳ, ଉଚ୍ଚ ଓ ଅଣଜଳସେଚିତ ଜମିରେ ଚାଷ କରାଯାଇପାରିବ ଏବଂ ୩୦ ପ୍ରତିଶତ ଧାନ ଅଧିକ ଉତ୍ପାଦନ ହୋଇପାରିବ। ଧାନ ଚାଷ ନିମନ୍ତେ କୃଷକମାନଙ୍କୁ ଆବଶ୍ୟକ ତାଲିମ ବ୍ୟବସ୍ଥା ସହ ସମସ୍ତ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ସ୍ପର୍ଶ ର ଉପ ପ୍ରକଳ୍ପ ଅଧିକାରୀ ଶ୍ରୀ ବିକ୍ରମ କେଶରୀ ପ୍ରଧାନ, ଶ୍ରୀ ରାଜେଶ କୁମାର ବିଶ୍ଵାଳ ସହଯୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *