05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜେ,କେ କାଗଜକଳ ଓ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ସହାୟତାରେ ନିର୍ମିତ ଛେଳି ଗୃହ ପ୍ରକଳ୍ପର ଉଦଘାଟନ

ରାୟଗଡାଜିଲ୍ଲା: କୋଲନରା ବ୍ଲକ, ସୁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମୁଲେଲିବାଡି ଗ୍ରାମର ମା ତୁଳସୀ ଓ ଟାଙ୍ଗୀ ମା ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳାମାନଙ୍କ ଦ୍ବାରା ବ୍ୟବସାୟ ଭିତ୍ତିକ ପାଳନ କରାଯାଉଥିବା ୧୦୦ ଗୋଟି ଛେଳି ଗୁଡିକର ରାତିରେ ରହିବା ପାଇଁ ଜେ.କେ.କାଗଜ କଳର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଜରିଆରେ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ନିର୍ମିତ ୪ଟି ଛେଳି ଗୃହକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡ଼ଃ ଦେବେନ୍ଦ୍ର ନାଥ ବିଶ୍ଵାଳ, ଉପ ପ୍ରାଣୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ପ୍ରାଣୀ ଚିକିତ୍ସକ ଅଧିକାରୀ ଡ଼ଃ ପ୍ରିୟବ୍ରତ ପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଯୋଶୀ, ପ୍ରକଳ୍ପ ଅଧିକାରୀ ଶ୍ରୀ ପଦ୍ମଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଛେଳି ପାଳନର ନିୟମ, ରକ୍ଷଣାବେକ୍ଷଣ, ସ୍ବାସ୍ଥ୍ୟ ଯତ୍ନ ଉପରେ ପ୍ରଶିକ୍ଷଣ ଦିଆଯିବା ନିମନ୍ତେ ପ୍ରାଣୀ ବିଭାଗ ତରଫରୁ ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସାମାଜିକ ଦାୟିତ୍ଵ ବୋଧ ଅନ୍ତର୍ଗତ କାର୍ଯ୍ୟକ୍ରମ ଦ୍ବାରା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟ ଓ ବଜାର ବ୍ୟବସ୍ଥା ମାଧ୍ୟମରେ ମହିଳାମାନଙ୍କର ରୋଜଗାର ବୃଦ୍ଧିକୁ ବିଶେଷ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ର ଆସୋସିଏଟ୍ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ କିଶୋର କୁମାର ସାହୁ, ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମନୁଶ୍ରୀ ରାୟ, ଫିଲଡ୍ କୋଡିନେଟର ଅଶୋକ ନାଲା, ମଧୁସୂଦନ କରକରିଆ, ବାସୁଦେବ କନ୍ଧପାଣି ପ୍ରମୁଖ ସୁଚାରୁରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *