01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୁନାଗଡ ଠାରେ ପି.ସି.ଭି. ଟୀକାକରଣକାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା/ଜୁନାଗଡ (ସଖପ୍ର):ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି.କୁ ଯୋଡ଼ା ଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ । ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଢେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ । ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ । ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନଫେରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନଫେରେନ୍ସରେ ବିବୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ପ୍ରତିନିଧି ଲକ୍ଷ୍ମୀକାନ୍ତ ଖମାରୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *