12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୀବିକା ବଦଳାଇଛି କରୋନା…

ମାଲକାନଗିରି (ସ.ଖ.ପ୍ର ):ରାଜ୍ୟରେ କରୋନା ଯୋଗୁଁ ବହୁତ ବ୍ୟବସାୟୀ ନିଜର ଜୀବିକା ବଦଳାଇ ଦେଇଛନ୍ତି |ଏହି କ୍ରମରେ ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦର କାଳୀ ଛକଠାରେ ଚରଣ ଜେନା ନାମକ ବ୍ୟକ୍ତି ଛୋଟିଆ ହୋଟେଲ କରି ନିଜ ସ୍ତ୍ରୀ ସହ ଚଳାଉଥିଲେ ଏବଂ ନିଜ ପିଲାମାନଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ |ଏବେ କରୋନା ସମୟରେ ତାଙ୍କ ହୋଟେଲ ବନ୍ଦ ହେବା ପରେ ସେ ଘରେ ଘରେ ଯାଇ ଡୋର ଡେଲିଭେରୀ ମାଧ୍ୟମରେ ଖାଦ୍ୟ ଦେଉଥିଲେ |ଏବେ ଧୀରେ ଧୀରେ କରୋନା ସଂକ୍ରମଣ ବଢିବା ଯୋଗୁଁ ଲୋକେ ଆଉ ଖାଦ୍ୟ ନେଲେନି |ସେ ତାପରେ ନିଜ ପରିବାରକୁ ବଞ୍ଚାଇବା ପାଇଁ ଠେଲା ଗାଡ଼ିରେ ପରିବା ବିକିବା ଆରମ୍ଭ କରିଛନ୍ତି |ସାହି ସାହି ବୁଲି ସେ ପରିବା ବିକୁଛନ୍ତି |ତାଙ୍କୁ ପଚାରିବାରୁ ଆମେ ବଂଚିବାର ଅଛି ଏବଂ ମୋ ପିଲା ପଢି ଭଲ ମଣିଷ ଟିଏ ହେବ ବୋଲି ମୋର ଆଶା |ପ୍ରକୃତରେ ଜିଲ୍ଲର ବହୁତ ଜଣଙ୍କ ଜୀବନଶୈଳୀ କରୋନା ଯୋଗୁଁ ବଦଳିଯାଇଛି |କେତେଜଣ ଖାଇବାକୁ ନ ପାଇଁ ଅତି ଶୋଚନୀୟ ଅବସ୍ଥାରେ ଅଛନ୍ତି |ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *