ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଚନ୍ଦ୍ରପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ରାୟଗଡାଜିଲ୍ଲା:(ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି) ଲକଡାଉନ ସମୟରେ ରକ୍ତର ଅଭାବ ଦୂର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଜୁ ଜନତା ଦଳ ଚନ୍ଦ୍ରପୁର ଦ୍ଵାରା ଆୟୋଜିତ ଜୀବନ ବିନ୍ଦୁ ତଥା ବିଜୁ ଜନତା ଦଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡିଶା ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିରର ଉଦଘାଟନ କରିଥିବା ବେଳେ ମାନ୍ୟବର ଉପଦେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର କୁମାର ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ ଚନ୍ଦ୍ରପୁର ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁକାର ପଦ୍ମପୁର ବିଜେଡି ନେତା ରଂଜିତ କୁମାର, (କୁନା )ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ରକ୍ତଦାନ ଶିବିରରେ ସି ଆର ପିଏଫ ଯବାନ ବନ୍ଧୁ ମାନେ ଯୋଗଦେଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ସ୍ବେଚ୍ଛାକୃତ ରକ୍ତଦାତା ଓ କେନ୍ଦ୍ରୀୟ ସୁରକ୍ଷା ପୋଲିସ ଫୋର୍ସ ର ଯବାନ ଭାଇ ମାନଙ୍କୁ ଧନ୍ୟବାଦ ଦେବା ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଚନ୍ଦ୍ରପୁର ବିଜେଡି ନେତୃମଣ୍ଡଳୀ ଓ କର୍ମୀ ମାନଙ୍କ ସହଯୋଗରେ 60 ୟୁନିଟ ରକ୍ତ ସଂଗ୍ରହ ହେଇଥିଲା ।