ଜି ରବିକୁମାର କୋଲନରା ବ୍ଲକର ଯୁବ ବିଜେଡି ସଭାପତି ହେଲେ

ରାୟଗଡା(ସଖପ୍ର): ରାୟଗଡା ଆଖିଆଗରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ଯୁବ ସଭାପତି ତଥା ଚାନ୍ଦବାଲିର ମାନ୍ୟବର ବିଧାୟକ ଶ୍ରୀ ଡାକ୍ତର ବ୍ୟୋମକେଶ ରାୟଙ୍କ ସହମତି ଅଧରେ ରାୟଗଡା ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖଡଙ୍ଗା ଜିଲ୍ଲାର ସମସ୍ତ ବ୍ଲକରେ କମିଟିର ପୁନର୍ଗଠନ କରିଛନ୍ତି। ଏହି ପରିପେକ୍ଷୀରେ କୋଲନରା ବ୍ଲକ ଯୁବ ବିଜେଡି ସଭାପତି ଭାବେ ଜି ରବିକୁମାରଙ୍କୁ ମନୋନୀତ କରିଛନ୍ତି ଓ ଏଥିସହିତ 5 ଜଣ ଉପସଭାପତି10 ଜଣ ସାଧାରଣ ସମ୍ପାଦକ 10 ସମ୍ପାଦକ ଓ ଜଣେ ଡିଜିଟାଲ ଇନଚାର୍ଜ ମନୋନୀତ କରିଛନ୍ତି। ଏହି ଅବସରରେ ନବ ନିଯୁକ୍ତ ଯୁବ ବିଜେଡି ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସାଂସଦ ଏନ ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ବ୍ଲକ ବିଜେଡି ସଭାନେତ୍ରୀ ସୋମି ହିମିରିକା, ବିଜୁ ଯୁବ ଜନତା ଦଳ ଉପ ସଭାପତି ଜଗନ୍ନାଥ ଦୋରା, ଜିଲ୍ଲା ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା, ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା ଛାତ୍ର ଜନତା ସଭାପତି ବିଷ୍ଣୁ ପଣ୍ଡା, ସମିତି ସଭ୍ୟ ମାଦାରାଓ କୋଣ୍ଡାଗିରି, ଆଗୁଲ ପାତ୍ର ବ୍ଲକର ସମସ୍ତ ବିଜେଡି କର୍ମୀ ଶୁଭେଚ୍ଛା ଜଣାଇଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ