05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (DIET) ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ

ଜୟପୁର ୨୫/୦୨ (ସଖପ୍ର): ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ଡି ଆଇ ଇ ଟିର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ରୁପଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ୱାଇଆରସି ର କାଉନସିଲର ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ଦାସ ଏହି ଶିବିରକୁ ପରିଚାଳନା କରିଥିଲେ। ଓଡିଶା ବ୍ଲଡ଼ ସେଣ୍ଟର ଶହିଦ ଲକ୍ଷ୍ମଣ ନାୟକ ଭେଷଜମହାବିଦ୍ୟାଳୟ ଓ ହସପିଟାଲର ବ୍ଲଡ଼ ସେଣ୍ଟର ଅଧିକାରୀ ଡ଼ାଃ ମଧୁସୂଦନ ବଳିଆର୍ ସିଂ  ଓ ତାଙ୍କ ଟିମ୍ ଭି ଗଙ୍ଗାଧର, ରବୀନ୍ଦ୍ର ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସୁଭସ୍ମିତା ଦାସ ଓ ବ୍ରହ୍ମା ଦେବ୍ ଟୁଡୁଙ୍କ ସମେତ ଡି ଆଇ ଇ ଟି ର ସମସ୍ତ ଶିକ୍ଷକ ଓ ରକ୍ତଦାତା ମହାସଂଘର ପ୍ରମୋଦ ରାଉଳ ଏବଂ ନିରଂଜନ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ।

ଉକ୍ତ ଶିବିରରୁ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା। ସେ ମଧ୍ୟରୁ ୪୧ଜଣ ପ୍ରଥମଥର ପାଇଁ ଆଜି ରକ୍ତଦାନ କରିଥଲେ। ଉକ୍ତ ଶିବିର ନିମନ୍ତେ ଗତକାଲି ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରମୋଦ କୁମାର ରାଉଳ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ। ସାଂପ୍ରତିକ ପରିସ୍ଥିତିରେ ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ  ବହୁ ଅମୂଲ୍ୟ ଜୀବନ ଚାଲିଯାଇଥାଏ। ସିକିଲ ସେଲ, ଥାଲସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ  ଅଂଶ ଗ୍ରହଣ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *