ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ
ରାୟଗଡା (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମୀଣ ଉନ୍ନୟନ ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଓଡ଼ିଶା, ମାନ୍ୟବର ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥଲେ । ପ୍ରାରମ୍ଭରେ ଜିଲ୍ଲାପାଳ ବୈଠକର ଉଦେଶ୍ୟ ସମର୍କରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କୁ ବୈଠକର କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବାକୁ କହିଥଲେ। ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରକା,ବିଧାୟକ ଶ୍ରୀ ମୁଦୁଲି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା ବର୍ତ୍ତମାନ ଦେଖାଦେଇଥିବା ବିଶ୍ବବ୍ୟାପୀ ମହାମାରୀ କରୋନାକୁ ଜିଲ୍ଲା ପ୍ରଶାସନ ସୁନ୍ଦର ଭାବରେ ମୁକାବିଲା କରି ଜିଲ୍ଲାକୁ ସବୁଜ ଗ୍ରୁପରେ ରଖିପାରିଥିବାରୁ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଏହି ବୈଠକରେ ମୁଖ୍ୟତଃ ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀରେ ସମ୍ଭାବ୍ୟ ବନ୍ୟା ଓ ସେଥି ନିମନ୍ତେ ବିଭିନ୍ନ ବିଭଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ବିଗତ ବର୍ଷ ମାନଙ୍କରେ ରାୟଗଡା ଜିଲ୍ଲାର ନାଗା ବଳୀ,ଵଂଶଧରା ନଦୀମାନଙ୍କରେ ଘଟିଥିବା ଭୟାବହ ବନ୍ୟାର ଅନୁଭୂତି ଓ ଆଗାମୀ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି, ବିଶେଷ କରି ଜଳସେଚନ ବିଭାଗ ପାର୍ଲଖେମୁଣ୍ଡି ବିଭାଜନ,ପୁର୍ତ୍ତ ବିଭାଗ, ଗ୍ରାମୀଣ ନିର୍ମାଣ ବିଭାଗ, ମଧ୍ୟମ କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ବିଭାଗର କର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଚାଲୁରହିଥିବା ପ୍ରକଳ୍ପ ବର୍ଷା ଦିନ ପୂର୍ବରୁ ସାରିବା ନୂତନ ପ୍ରକଳ୍ପ ପାଇଁ ତୁରନ୍ତ ଡି.ପି.ଆର ପ୍ରସ୍ତୁତି କରି ଅନୁମୋଦନ ପାଇ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇଥିଲେ ।
ସେହିପରି ଦୁର୍ଗମ ଅଞ୍ଚଳରେ ବର୍ଷା ଦିନ ପୂର୍ଵରୁ ଖାଦ୍ୟସମଗ୍ରୀ ମହଜୁଦ ରଖିବା ନିମନ୍ତେ କୁହାଯାଇଛି। ସେହିପରି କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପ୍ରାଣୀଧନ ଚିକିତ୍ସା ବିଭାଗ ଉପରେ ଅଲୋଚନା କରି ବର୍ଷା ଦିନ ଆଗରୁ ସବୁ ପ୍ରସ୍ତୁତି ରହିବା ନିମନ୍ତେ ନିର୍ଦ୍ଦଶ ଦିଆଯାଇଛି ।
ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ତୁରନ୍ତ ଏମରଜେନ୍ସି କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ସେ ବିଭିନ୍ନ ବିଭଗୀୟ ଅଧିକାରୀ ମ।ନଙ୍କ ସହ ଯୋଗାଯୋଗ କରି କଣ୍ଟିଜେନସି ପ୍ଲାନ ପ୍ରସ୍ତୁତ କରିବେ। କୋଭିଡ19 ପାଇଁ ତହସିଲଦାର ଓ ବିଡ଼ିଓମାନେ ବ୍ୟସ୍ତ ଥିବାରୁ ଓ ଗୃହରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଏହି ବୈଠକକୁ ଡ଼କାଯାଇନାହିଁ । ତହସିଲଦାର ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ବିଡ଼ିଓ ମାନଙ୍କୁ ପି.ଡି,ଡିଆରଡିଏ ମାର୍ଗଦର୍ଶନ କରିବେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ.ଡ଼ି,ଡିଆରଡିଏ ଶ୍ରୀ ଅମୃତ ରୁତୁରାଜ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଡ଼.ବି. ଏସ.ବଳିରାମ, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗା ପଣ୍ଡା ,ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଶେଷରେ ପି.ଡ଼ି ଡିଆରଡିଏ ଶ୍ରୀ ରୁତୁରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।