ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସହ ସାମ୍ବାଦିକଙ୍କ ଆଲୋଚନା
କୋରାପୁଟଜିଲ୍ଲା(ସଖପ୍ର): ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ରାୟଗୁରୁଙ୍କ ସହ ଆଜି ସାମ୍ବାଦିକମାନଙ୍କର ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକମାନଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କର ଚଳିତ ବର୍ଷର ବୀମା କାର୍ଡ ପ୍ରଦାନ ନେଇ ଆଲୋଚନା କରାଯାଇଥିଲା, ତତ୍ ସହ ଯେଉଁ ସାମ୍ବାଦିକମାନେ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଛନ୍ତି ସେମାନଙ୍କ ଖର୍ଚ୍ଚ ବୀମା କମ୍ପାନୀରୁ ପ୍ରଦାନ ନେଇ ଦାବୀ କରାଯାଇଥିଲା । ଏହି ଦାବୀକୁ ଗୁରୁତ୍ୱ ଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆବେଦନ କରିବାକୁ ପରାମର୍ଶ ଦେବା ସହ ନିଶ୍ଚିତ ରୂପେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନାବେଳେ ଓୟୁଜେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରାଜେନ୍ଦ୍ର ଗୌଡ଼, ଓୟୁଜେ କୋରାପୁଟ ଶାଖା କଲ୍ୟାଣପାଣ୍ଠି କମିଟି ଅଧ୍ୟକ୍ଷ ଟି.ଗୌରୀଶଙ୍କର, କାର୍ଯ୍ୟକାରୀ ଅଧ୍ୟକ୍ଷ ଭବାନିିଶଙ୍କର ମିଶ୍ର, ଓୟୁଜେ କୋରାପୁଟଜିଲ୍ଲା ସମ୍ପାଦକ ସଶଧର ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷିତ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପତିତ ପାବନ ସାହୁ, ସାମ୍ବାଦିକ ସୌମ୍ୟରଂଜନ ସାହୁ, ସନ୍ତୋଷ କୁମାର ପାତ୍ର, ‘ସବୁବର୍ଗ ଖବର’ ସମ୍ବାଦପତ୍ର ସଂପାଦକ ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।