11/08/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ସହରାଞ୍ଚଳ ବିକାଶ ନିମନ୍ତେ ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ


ରାୟଗଡ(ସଖପ୍ର): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରତିବଦ୍ଧତା ଅନୁଯାୟୀ ରାୟଗଡ ଜିଲ୍ଲାର ତିନୋଟି ପୌରାଞ୍ଚଳ ଯଥା ରାୟଗଡ, ଗୁଣପୁର ଓ ଗୁଡାରି ପୌରାଞ୍ଚଳର ନାଗରିକ ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିବା ଯଥା ମୁକ୍ତ ଆକାଶ ଜିମାନସିଅମ, ଯୋଗୀଙ୍ଗ ଟ୍ରାକ, ଖେଳପଡିଆ,ବିମାନ ଘାଟି ସଦୃଶ ପରିସ୍ରାଗାର ଓ ଜଳ ଉତ୍ସ ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ କାର୍ଯ୍ୟକରିବା ନିମନ୍ତେ ଆଜି ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ସମସ୍ତ ନିର୍ବାହୀ ଅଧକାରୀ,ଡୁଡାର ଟିମ ଲିଡର ଓ ପୌର କର୍ମଚାରୀ ମାନଙ୍କ ଉପସ୍ଥିତରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ମୁଖ୍ୟ ଯୋଜନା ଗୁଡିକ ଯଥା ଉନ୍ନତି, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା , ସହରାଞ୍ଚଳ ସ୍ବଚ୍ଛଭାରତ ମିଶନ, ବସ୍ତି ଉନ୍ନତିକରଣ ଓ ଦିନଦୟାଲ ଜାତୀୟ ଜୀବିକା ମିଶନ ତା ସହିତ ସହରାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଓ କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ 31ତାରିଖ ସୁଦ୍ଧା ସମ୍ପୂର୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *