05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଶିକ୍ଷାଧିକାରୀଙ୍କ ବୃଷଭ ସାଜି ଶିକ୍ଷକମାନଙ୍କୁ ଶୋଷଣ କରୁଥିବା ଚର୍ଚ୍ଚା

କୋରାପୁଟ ଜିଲ୍ଲା (ସଖପ୍ର): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କିରାଣୀଙ୍କୁ ଗତ ତିନି ବର୍ଷ ପୂର୍ବରୁ ପୂର୍ବତନ ଶିକ୍ଷାଧିକାରୀ ନାହାକ ଉଦ୍ଦେଶ୍ୟ ମୂଳକ ଭାବରେ ଡେପୁଟେସନରେ ଆଣିଥିଲେ । ସେ ବଦଳି ହେଲା ପରେ ନୂଆ ଶିକ୍ଷା ଅଧିକାରୀ ମହାନ୍ତିଙ୍କୁ ଏହି ବୃଷଭ ସଦୃଶ୍ୟ କିରାଣୀ କରାୟତ କରି ରଖିଛି। ବୃଷଭ ସ୍କୁଲ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ମାନଙ୍କ ଠାରୁ ଟଙ୍କା ସଂଗ୍ରହ କରି ଶିକ୍ଷାଧିକାରୀଙ୍କ ପାଖରେ ଭୋଗଦେଇ ସନ୍ତୁଷ୍ଟ କରି ରଖିଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି। ପ୍ରତିଦିନ ସ୍କୁଲମାନଙ୍କର ତୃଟି ଯାଞ୍ଚକରି ପ୍ରଧାନ ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଉଛି ଓ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରି ଦିଆଯାଉଛି। ଶିକ୍ଷକ ବ୍ୟସ୍ତହୋଇ ବୃଷଭଙ୍କ ନିକଟରେ ପହଞ୍ଚିଲା ପରେ ବୃଷଭ ବେସରକାରୀ ଜୋରିମାନା ସ୍ଥିର କରୁଛନ୍ତି। ଶିକ୍ଷକମାନେ ଟଙ୍କା ବୃଷଭଙ୍କ ନିକଟରେ ଦାଖଲ କଲାପରେ ଶିକ୍ଷାଧିକାରୀ ସନ୍ତୁଷ୍ଟ ହୋଇ କୌଣସି ଆକ୍ସନ ନ ନେଇ ଦରମା କରିଦିଅ ବୋଲି କହୁଛନ୍ତି କିମ୍ବା ଦରମା ବିଲରେ ଦସ୍ତଖତ କରିବାକୁ କହୁଛନ୍ତି। ଏହି ବୃଷଭ କିରାଣୀ ଯିଏ କି କୋରାପୁଟ ବ୍ଲକର ଏକ ହାଇସ୍କୁଲର କିରାଣୀ (ବ୍ଲକ୍ ଗ୍ରାଣ୍ଟ) ଡେପୁଟେସନରେ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।  ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ବ୍ଲକ୍ ଗ୍ରାଣ୍ଟ କିରାଣୀଙ୍କର ଅଖଣ୍ଡ କ୍ଷମତା ରହିଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି। ପ୍ରଧାନ ଶିକ୍ଷକ କିମ୍ବା ସେହି ପଦବୀ ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ଏହି କିରାଣୀଙ୍କ ଜରିଆରେ ଶୋଷଣ କରାଯାଉଥିବା ଶିକ୍ଷକମାନେ କହିଛନ୍ତି। ଆସନ୍ତା ଦିନରେ ଶିକ୍ଷକମାନେ ଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *