03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଫାର୍ମାସିଷ୍ଟ ସଂଘ ପକ୍ଷରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣା…

ମାଲକାନଗିରି(ସଖପ୍ର): ଆମ ରାଜ୍ୟରେ ଫାର୍ମାସିଷ୍ଟ ସଂଘ ତରଫରୁ ବିଭିନ୍ନ ଦାବି ସରକାରଙ୍କୁ ଜଣାଇ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩୫ ଦିନ ଧରି କଳାବ୍ୟାଚ ପିନ୍ଧି ଫାର୍ମାସିଷ୍ଟ ମାନେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । କରୋନା ମହାମାରି ଯୋଗୁଁ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତଥାପି ଫାର୍ମାସିଷ୍ଟ ମାନେ କରୋନା ମହାମାରି ସମୟରେ ନିଜ ଜୀବନକୁ ବାଜି ଲଗାଇ ରୋଗି ମାନଙ୍କ ସେବା କରୁଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଫାର୍ମାସିଷ୍ଟ ମାନଙ୍କ ଦାବି ପୁରଣ ହେଉନଥିବାରୁ ଆଜି ପୁଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହ ଆଗାମି ୧୬ ତାରିଖ ଦିନ ରାଜ୍ୟ ଫାର୍ମାସିଷ୍ଟ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସରକାର ଏମାନଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ଏବଂ ଏମାନଙ୍କ ୪ ଟି ମୁଖ୍ୟ ଦାବି ଯଥା କ୍ୟାଡର ରୁଲ ଲାଗୁ କରିବା , ସଠିକ୍ ସମୟରେ ପ୍ରମୋସନ ହେବାକୁ ଥିବା ଫାର୍ମାସିଷ୍ଟଙ୍କୁ ପ୍ରମୋସନ କରିବା , ଆର.ଏ.ସି.ପିକୁ ସଠିକ୍ ସମୟରେ ଯୋଗାଇବା। ଦେଖିବାକୁ ବାକି ରହିଲା ସରକାର କେବେ ଏମାନଙ୍କ କଥା ଶୁଣୁଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *