12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ରାୟଗଡା(ସଖପ୍ର): ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ, ଜିଲ୍ଲାର ସମସ୍ତ ବିଡ଼ିଓ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରି ଥିଲେ। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ପିଇବା ପାଣି, ବିଦ୍ୟୁତ, ଗ୍ରାମୀୟ ରାସ୍ତା, ମନରେଗା, ଓଡିଶା ଜୀବିକା ମିଶନ, ମିଶନ ଶକ୍ତିଗୃହ, ଆକାଂକ୍ଷୀ ଉଚ୍ଚ ବିଦ୍ୟାଳୟ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ପ୍ରଥମେ ଗ୍ରାମାଞ୍ଚଳରେ ବିଦ୍ୟୁତ କରଣ ଉପରେ ଆଲୋଚନା କରି ଜିଲ୍ଲାପାଳ କହିଲେ ଯେ ବିଦ୍ୟୁତ ଯାଇ ନଥିବା ଗ୍ରାମ ଗୁଡିକ ସାଉଥକୋ ଏବଂ ବ୍ଲକ କର୍ମଚାରୀ ମିଳିତ ଭାବେ ସର୍ଭେ କରିବେ ଏବଂ ଆସନ୍ତା 7ଦିନ ଭିତରେ ରିପୋର୍ଟ ଦାଖଲ କରିବେ। ଆସନ୍ତା ଡିସେମ୍ବର 31ତାରିଖ ସୁଦ୍ଧା ବିଦ୍ୟୁତ କରଣ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ନିର୍ମିତ ଗୃହଗୁଡିକ ମଧ୍ୟରେ ବିଦ୍ୟୁତ କରଣ ହେବ। ସେହିପରି ମନରେଗା ଯୋଜନାରେ ଆଲୋଚନା କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ରାସ୍ତା ନଥିବା 423 ଗ୍ରାମରେ ତୁରନ୍ତ ତିନିମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ ସରିବା ପାଇଁ ସଂପୃକ୍ତ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାରେ ଯେପରି ବର୍ଷକୁ ଆଠ ମାସ ଗାଡିମୋଟର ଯିବା ଆସିବା କରି ପାରିବ। ଏହା ସହିତ ପ୍ରତ୍ୟେକ ଗ୍ରାମ ପଂଚାୟତ ସଦର ମହକୁମାରେ ଗୋଟିଏ ପାର୍କ, ପାଠାଗାର, ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ, ଖେଳ ପଡିଆ ସ୍ୱଚ୍ଛ ଭାରତ ମିଶନ ପାଇଁ କଠିନ ବର୍ଜ୍ୟବସ୍ତୁ ପୃଥକି କରଣ କେନ୍ଦ୍ର ଆସନ୍ତା ତିନି ମାସ ମଧ୍ୟରେ ନିର୍ମାଣ କରାଯିବ। ଅଣ କୁଶଳୀ ଶ୍ରମିକ ମାନଙ୍କୁ ଅଧିକରୁ ଅଧିକ କାମ ଯୋଗାଇ ଦିଆଯିବ । ପ୍ରାକୃତିକ ସମ୍ବଳ ବିନିଯୋଗ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବିଡ଼ିଓ ମାନଙ୍କୁ କୁହାଯାଇଛି । ଓଡିଶା ଜୀବିକା ମିଶନ ଜରିଆରେ ସୀମାନ୍ତ ଓ ଆଭ୍ୟନ୍ତରିଣ ଅଂଚଳରେ କାମ ଯୋଗାଇ ଦେବାକୁ ବିଡ଼ିଓ ମାନଙ୍କୁ କୁହାଯାଇଛି । ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଏସ.ଏଚ. ଜି ଓ ଜିପେଲେଫକୁ ଯଥେଷ୍ଟ ସହାୟତା ଯୋଗାଇ ଦିଆଯିବ । ମିଶନ ଶକ୍ତି ଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ପାଣି, ପାଇଖାନା ଓ ବିଦ୍ୟୁତ ସଂଯୋଗ କରି ଆସନ୍ତା ସେପ୍ଟେମ୍ବର 15ତାରିଖ ସୁଦ୍ଧା ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସେହିପରି ଅଙ୍ଗନବାଡି କେନ୍ଦ୍ର ମଧ୍ୟରେ ଅନୁରୂପ ଭାବରେ ତୁରନ୍ତ କାର୍ଯ୍ୟକ୍ରମ ସମାପ୍ତ କରି ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି । ଖାଲି ପଡ଼ିଥିବା ସରକାରୀ ଘର ଗୁଡିକ ମଧ୍ୟରେ ଚିହ୍ନଟ କରି ତୁରନ୍ତ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ।
ଆକାଂକ୍ଷା ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣପାଇଁ ନିର୍ମାଣ କାର୍ଯ୍ୟ ଆସନ୍ତା 25/09/21 ସୁଦ୍ଧା ସାରିବାକୁ ବିଡିଓ ମାନଙ୍କୁ କୁହାଯାଇଛି । ସେହିପରି ପାନୀୟ ଜଳ ବିଷୟରେ ଆଲୋଚନା କରି ଗ୍ରାମୀୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପାଣି ଯୋଗାଇବା ପାଇଁ କୁହାଯାଇଛି । ସ୍ଵଛ ଭାରତ ମିଶନ ଜରିଆରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ। ରାସ୍ତାଘାଟ, ବିଦ୍ୟୁତ ଓ ପିଇବା ପାଣି ନଥିବା ଗ୍ରାମରେ ତୁରନ୍ତ ବ୍ୟବସ୍ଥା ନ କଲେ ସମ୍ପୃକ୍ତ ବିଡ଼ିଓ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରଡିହ ନ ଥିବା ଲୋକମାନଙ୍କୁ ତହସିଲଦାର ଜମିଦେବେ ଏବଂ ସେଠାରେ କ୍ଲଷ୍ଟର ଗୃହ ନିର୍ମାଣ କରି ଯୋଗାଇଦିଆଯିବ।

ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *