ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୃଷିକେଷ ଡି ଖିଲାରୀଙ୍କ ନିକଟରେ ମିଲିସିଆ ଗୀତାର ଆତ୍ମସମର୍ପଣ
ମାଲକାନଗିରି(ସ. ଖ. ପ୍ର )ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ମିଲିସିଆ ଭାବେ କାର୍ଯ୍ଯରତ ଲାଛି ଖରା(ଗୀତା) ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୃଷିକେଷ ଡି ଖିଲାରୀଙ୍କ ନିକଟରେ ଆତ୍ମ ସମର୍ପଣ କରିଛି । ସେ ୨ବର୍ଷ ହେଲା ସ୍ବାଭିମାନ ଅଞ୍ଚଳର ମାଓ ସଂଗଠରେ ଜଡିତ ରହିଥିଲା । ତା ନିଜ ଘର ଯୋଡାମ୍ବ ପଞ୍ଚାୟତର ମୁକୁଡି ପଲ୍ଲୀରେ । ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ,ହନ୍ତାଳଗୁଡ,ଯୋଡାମ୍ବ(ଦର୍ଲାବେଡା),ଗୁରାସେତୁ,ଅଣ୍ଡ୍ରାହାଲ ଆଦି ସ୍ଥାନଗୁଡିକରେ ବିଏସଏଫ କ୍ଯାମ୍ପ ସ୍ଥାପନ ହେବା ଯୋଗୁଁ ମାଓବାଦୀଙ୍କ ଗତିବିଧି ଦ୍ରୁତ ଗତିରେ ହ୍ରାସ ପାଉଛି । ଏହା ବ୍ଯତୀତ ଡିଭିଏଫ,ଏସଓଜି,ବିଏସଏଫ ଯବାନଙ୍କ ତୁହାକୁ ତୁହା କୁମ୍ବିଂ ଅପରେସନ ଯୋଗୁଁ ମାଓବାଦୀଙ୍କ ଛତ୍ରଭଙ୍ଗ ଘଟିଛି । ହିଂସା ତ୍ଯାଗ କରି
ମାଓବାଦୀମାନେ ସମାଜର ମୁଖ୍ଯ ସ୍ରାେତକୁ ଆସିବା ପାଇଁ ମୁଖ୍ଯମନ୍ତ୍ରୀଙ୍କ ଆହ୍ବାନ ଯୋଗୁଁ କ୍ଯାଡର ମାଓ ନେତାମାନେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଅହିଂସା ଓ ଶାନ୍ତିମୟ ଜୀବନ ଯାପନ ଲାଗି ଇଛୁକ ମାଓବାଦୀମାନଙ୍କୁ ସରକାରଙ୍କ ମାଓ ଥଇଥାନ ନୀତିରେ
ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି । ଅନ୍ଯ ପକ୍ଷ ଆନ୍ଧ୍ର କ୍ଯାଡର ମାଓବାଦୀଙ୍କ ଦଳରେ ସାମିଲ ହୋଇଥିବା ମହିଳା ପ୍ରତି ସଂକୀର୍ଣ୍ଣ ମାନସିକତା ରଖା ଯାଇ ଖାଦ୍ଯ ରନ୍ଧନ,ଲୁଗା ସଫାକରିବା ଏବଂ ମନୋରଞ୍ଜନରେ ତାଙ୍କୁ ବ୍ୟବହାର କରୁଥିଲେ।