12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ବିଚା଼ରଧିନ କଏଦୀଙ୍କ ସନ୍ତାନଙ୍କୁ ଥଇଥାନ

କୋରାପୁଟ ଜିଲ୍ଲା (ସଖପ୍ର): ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟନାରାୟଣ ମିଶ୍ର ଏବଂ ଶ୍ରୀ ସୁମନ ଜେନା, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ମିଳିତ ଭାବରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର କାରାଗାର ଜୟପୁର ପରିଦର୍ଶନ ତଦାରଖ କରିଥିଲେ। କାରାଗାରର ରକ୍ଷଣାବେକ୍ଷଣ ଖାଦ୍ୟ, ଜଳ, ପରିଷ୍କାର, ପରିଛନ୍ନ, କାରାଗାର ଆଇନ ସହାୟତା କେନ୍ଦ୍ର ଏବଂ ସମସ୍ତ ବିଚ଼ାରଧିନ କଏଦୀ ମହିଳା, ପୁରୁଷ ମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେଥିରେ ଜାଣିବାକୁ ପାଇଲେ ଯେ ଜଣେ ବିଚ଼ାରଧିନ ମହିଳା କଏଦୀଙ୍କ ତିନିଟି ସନ୍ତାନ ମଧ୍ୟରୁ ଜଣେ ପୁଅ ଆଉ ଦୁଇଟି ଝିଅ ବାପା ମା ଙ୍କ ବିନା ନିଜ ଗାଁରେ ବହୁତ ମାନସିକ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ତାଙ୍କର ଭଲମନ୍ଦ ବୁଝିବାକୁ ପାଖରେ କେହି ନାହାନ୍ତି, ଅସହାୟ ଅବସ୍ଥାରେ ରହିଛନ୍ତି। ଏଣୁ କଏଦୀ ଜଣକ ଜିଲ୍ଲା ଦୗୈରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁରଙ୍କୁ ଅବଗତ କରିଥିଲେ ଯେ ତାଙ୍କ ତିନୋଟି ସନ୍ତାନ ମାନଙ୍କୁ ସରକାର ତରଫରୁ ଥଇଥାନ କରି ରହିବା ଖାଇବା ଏବଂ ଶିକ୍ଷାର ବ୍ୟବସ୍ଥା କରାଯାଉ । ଜିଲ୍ଲାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଗୁହାରୀ ଶୁଣି ସ୍ବତନ୍ତ୍ର କାରାଗାର ଜୟପୁର ସୁପରିଟେଣ୍ଡେଣ୍ଟ୍ ଙ୍କୁ ଗୋଟିଏ କଏଦୀ ଦରଖାସ୍ତ ମାଧ୍ୟମରେ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟକୁ ଇ-ମେଲ୍ ମାଧ୍ୟମରେ ପ୍ରେରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜେଲ୍ ସୁପରିଟେଣ୍ଡେଣ୍ଟ୍ ମଧ୍ୟ ତାହା ପାଳନ କରି ଦରଖାସ୍ତଟିକୁ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟକୁ ତାଙ୍କ ଦରଖାସ୍ତ ଇ-ମେଲ୍ ମାଧ୍ୟମରେ ପ୍ରେରଣ କରିଥିଲେ। ଦରଖାସ୍ତ ପାଇବା ମାତ୍ରେ ସଚିବ ଶ୍ରୀ ସୁମନ ଜେନା ବିଳମ୍ବ ନ କରି ଉକ୍ତ ଦରଖାସ୍ତଟିକୁ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ, କୋରାପୁଟ ଏବଂ ଶିଶୁ କଲ୍ୟାଣ କମିଟି କୋରାପୁଟକୁ ପ୍ରେରଣ କରି ନିର୍ଦ୍ଦେଶ ଦେଇଥିଲେ ଯେ ଯଥା ଶିଘ୍ର ଶିଶୁ ମାନଙ୍କୁ ଉଦ୍ଧାର କରି ଶିଶୁ ମାନଙ୍କୁ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରାଯାଉ। କୋରାପୁଟ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ, ସୁଶ୍ରୀ ରାଜଶ୍ରୀ ଦାସ୍ ଏବଂ ଶିଶୁ କଲ୍ୟାଣ କମିଟି ଅଧକ୍ଷା ଶ୍ରୀମତୀ ଗାୟତ୍ରୀ ପାତ୍ର ତ୍ବରୀତ ପଦକ୍ଷେପ ଗ୍ରହଣ କରି କିଛି କର୍ମଚ଼ାରୀ ସହିତ ଶିଶୁମାନେ ରହୁଥିବା ଗ୍ରାମ ଦେଓଗୁଡ଼ା ଯାଇ ଶିଶୁ ମାନଙ୍କୁ ଉଦ୍ଧାର କରି ଆସ୍ଥା ଶିଶୁ ଯତ୍ନ ଗୃହ କୋରାପୁଟ ଠାରେ ଶିଶୁମାନଙ୍କର ଥଇଥାନ କରିବା ସହିତ ଖାଇବା, ରହିବା ଏବଂ ଶିକ୍ଷା ଗ୍ରହଣ ପାଇଁ ମଧ୍ୟ ବନ୍ଦୋବସ୍ତ କରି ଅସହାୟ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *