November 18, 2025

Sabubarga Khabar

All category news

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ଜାତୀୟ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି(ସଖପ୍ର):ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧୁକରଣଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ, ତାଲୁକ ଆଈନ ସେବା ସମିତି, ମୋଟୁ ଏବଂ ଜେଏମଏଫ୍ସି, ମାଥିଲି ଜେଏମଏଫ୍ସି, କୁଡୁମୁଳୁଗୁମ୍ମା, ଗ୍ରାମ ନ୍ୟାୟାଧୀକାରୀ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରି ର ସମସ୍ତ ବିଚାରାଳୟ ତଥା ମାଥିଲି, ମୋଟୁ, କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜର୍ଜ ତଥା ଆଈନ ସେବା ପ୍ରାଧିକରଣ ର ଅଧକ୍ଷା ଶ୍ରୀମତୀ ଅଜନ୍ତା ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଉଦୟ ଭାନୁ ଜେନା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ସତ୍ୟ ପ୍ରିୟ ଦାସ, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀଯୁକ୍ତ ବିଜୟ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେବାନୀ ବିଚାରପତି ଶ୍ରୀଯୁକ୍ତ ରାକେଶ କୁମାର ମୁଦୁଲି, ବରିଷ୍ଠ ଦେବାନୀ ବିଚାରପତି(ମହିଳା କୋର୍ଟ) ଶ୍ରୀମତୀ ବବିତା ଦାଶ, ରେଜିଷ୍ଟାର, ସିଭିଲ କୋର୍ଟ ଶ୍ରୀଯୁକ୍ତ ଅରୂପ ନାୟକ, ଉପଖଣ୍ଡୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ରୁଦ୍ର ପ୍ରକାଶ ନାୟକ ଏବଂ ଗ୍ରାମ ନ୍ୟାୟାଧୀକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ବାଘ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ମାଥିଲି ଶ୍ରୀଯୁକ୍ତ ପଦ୍ମନାଭ ମାଝି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧୂକାରୀ, ମୋଟୁ ଶ୍ରୀଯୁକ୍ତ ପ୍ରବୀଣ କୁମାର ହୋତା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, କୁଡୁମୁଳୁଗୁମ୍ମା ଶ୍ରୀଯୁକ୍ତ ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମା ର ଫଇସଲା କରିଥିଲେ । ଆଜିର ଏହି ଜାତୀୟ ଲୋକ ଅଦାଲତ ରେ ମୋଟ ୧୯୧୮ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ଟ ୭୫,୩୬,୭୭୭/- ଙ୍କା ଆଦାୟ ହୋଇଥିଲା। ଏହି ଲୋକ ଅଦାଲତ ରେ ଜିଲ୍ଲା ଜର୍ଜ କୋର୍ଟ, ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ, ସିଜେଏମ କୋର୍ଟ, ସବଜର୍ଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧୁକରଣ, ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି, ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.