04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାର ୩ ଜଣ ଖେଳାଳି ଜାତୀୟ ସ୍ତରକୁ ମନୋନୀତ…

ମାଲକାନଗିରି: ହରିୟାଣା ରୋହତକ ଠାରେ ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତା ଆସନ୍ତା ୨୬ତାରିଖ ଠାରୁ ୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଯାଉଛି । ମାଲକାନଗିରି ଜିଲ୍ଲାରୁ ୨ଜଣ ଆଦିବାସୀ ଛାତ୍ରୀ ଓ ଜଣେ ଛାତ୍ର ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି ।

ସେମାନେ ହେଲେ ମାଲକାନଗିରି ଏମଭି୭ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟର ୯ମ ଶ୍ରେଣୀର ଆଦିବାସୀ ଛାତ୍ରୀ ସୁଜାତା ପଡିଆମୀ ଓ ସୁମିତା କବାସୀ ଏବଂ ବାଳକ ବିଭାଗରେ ଖଇରପୁଟ ହାଇସ୍କୁଲର ବଣ୍ଡାଆଦିବାସୀ ଛାତ୍ର ଅର୍ଜୁନ ବଡନାୟକ । ଜାତୀୟସ୍ତରରେ ପ୍ରତିଯୋଗୀତା ରେ ମାଲକାନଗିରି ଜିଲ୍ଲାରୁ ଏହି ତିନିଜଣ ଆଦିବାସୀ ଛାତ୍ରୀ ଓ ଛାତ୍ର ମନୋନୀତ ହୋଇଥିବାରୁ କ୍ରୀଡା ପ୍ରେମୀ ଓ ଜିଲ୍ଲାବାସୀ ଙ୍କ ମନରେ ଖୁସିର ଲହରି ଖେଳି ଯାଇଛି,ସେମାନଙ୍କୁ ବଧେଇ ଜଣାଇ ଉତ୍ତମ କ୍ରୀଡାପ୍ରଦର୍ଶନ କରି କୃତକାର୍ଯ୍ୟହୋଇ ଜିଲ୍ଲାର ଗୌରବ ଆଣିବାପାଇଁ ଆଶାପ୍ରକଟ କରିଛନ୍ତି ।ଧୀରେ ଧୀରେ ମାଲକାନଗିରି ଜିଲ୍ଲା ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିପାରୁଛି ଓ ଅଧିକରୁ ଅଧିକ ଏପରି ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ପାଇଁ ପରିବେଶ ସୃଷ୍ଟି କରିବାକୁ ବୁଦ୍ଧିଜୀବୀମାନେ ପ୍ରଶାସନ ପାଖରେ ଦାବି କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *