05/20/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାର ବିଭିନ୍ନ ସ୍ଥାନରେ ନାମ ଫଳକରେ ଭୁଲ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ବିଭିନ୍ନ ଗାଁର ନାମଫଳକରେ ଗାଁ ର ନାମ ଗୁଡିକ ଭୁଲ ଅଛି |ଶିଖପାଲି ଠାରୁ ପଡିଆରେ ରାସ୍ତା କାମ ସରିବା ଉପରେ |ପ୍ରତ୍ୟେକ ଗାଁ ପାଖରେ ନାମ ଫଳକ ଲାଗିଛି |ଏହି ରାସ୍ତା ଭିତରେ ୯ ଟି ଗାଁରେ ନାମଫଳକ ଲେଖା ଯାଇଛି |ସେଥିରେ ପ୍ରାୟ ଗାଁର ନାମ ଭୁଲ ଲେଖା ଯାଇଛି |ଫଳକରେ ଇଁରାଜୀ ରେ ଗୋଟିଏ ଓ ଓଡ଼ିଆରେ ଆଉ ଗୋଟିଏ |ତେଲାମଗୁଡାକୁ ଟେଲିମଗୁଡା, ନାମକୋଣ୍ଡା କୁ ନମକୁଣ୍ଡ, ଟିଟିବେରି କୁ ଟିଟ ବେରି, ମାଟେରୁ କୁ ମାଟେର ଓ ପଡିଆ କୁ ପୋଦିଆ ଲେଖାଯାଇଛି |ବୁଦ୍ଧିଜୀବୀ କୌତୁହଳରେ କହୁଛନ୍ତି ଆମେ ଏବେ କେତେକ ଗାଁ ଜିଲ୍ଲାରେ ଖୋଜି ପାଉନୁ |ଯଥାଶୀଘ୍ର ଏପରି ତ୍ରୁଟିକୁ ସୁଧାରିବା ପାଇଁ ସାହିତ୍ୟିକ ଓ ଭାଷା ଆନ୍ଦୋଳନକାରୀ ପ୍ରଶାସନ ପାଖରେ ଦାବି କରିଛନ୍ତି |ନ ହେଲେ ଲୋକେ ଶେଷରେ ଗାଁ ଖୋଜି ଖୋଜି ନୟାନ୍ତ ହୋଇଯିବେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *