03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାର ପ୍ରଗତିରେ ସାମ୍ବାଦିକ ମାନଙ୍କ ଭୂମିକା ଅତୁଳନୀୟ :ବିଧାୟକ ଶ୍ରୀ ବାକା

ମାଲକାନଗିରି : ନୂଆ ବର୍ଷ ପାଇଁ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସପ୍ତଧାରା ନଦୀ ପାଖରେ ଆୟୋଜନ କରିଥିଲେ |ସେଠାରେ ସେ ଜିଲ୍ଲାର ସବୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଥିଲେ |

ସେଠାରେ ସେ କହିଥିଲେ ଯେ ଜିଲ୍ଲାର ଉନ୍ନତିରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ଭୂମିକା ରହିଛି |ମୁଁ ସରକାରୀ ଚାକିରୀ ଛାଡି ପ୍ରଥମ ଥର ପାଇଁ ବିଧାୟକ ହୋଇଛି |ମୋ ନିର୍ବାଚନ ମଣ୍ଡଳୀରେ କେଉଁଠି ଦୁର୍ନୀତି ହେଉଥିଲେ ମୋ ନଜର କୁ ଆଣନ୍ତୁ ଓ ସବୁ ଗଣମାଧ୍ୟମ ଏହାକୁ ପ୍ରକାଶ କରି ଜିଲ୍ଲାରୁ ଦୁର୍ନୀତିକୁ ହଟାଇବାରେ ସହାୟକ ହୁଅନ୍ତୁ| ଆମେ ମିଶି ଜିଲ୍ଲାର ଉନ୍ନତି ପାଇଁ ଚେଷ୍ଟା କରିବାକୁ ସେ ନିବେଦନ କରିଥିଲେ |ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ବେଉରା, ଭାସ୍କର ବେହେରା, ଦୁର୍ଯ୍ୟୋଧନ ପାତ୍ର, ଈଶ୍ୱର ପଟନାୟକ, କାମରାଜ ଜେନା, ଏମ ଡି ଆକବର ଓ ଜିଲ୍ଲାର ବିଭିନ୍ନ ଅଂଚଳରୁ ପଚାଶରୁ ଉର୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲେ |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର)

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *