12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାରେ ବୁଲିଲା ସଚେତନତା ରଥ……

ମାଲକାନଗିରି (ସ. ଖ. ପ୍ର ):ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅଂଚଳରେ ଗୁଣିଗାରେଡି ଯୋଗୁଁ ବହୁତ ନିରୀହ ଜୀବନ ଯାଉଥିବାର ଦେଖିବାକୁ ମିଳିଛି |ସେହିପରି ସାରା ଦେଶ ଓ ଆମ ରାଜ୍ୟରେ କରୋନା ରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି |ଲୋକଙ୍କ ଅସାବଧାନତା ଯୋଗୁଁ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ଲୋକଙ୍କୁ ସଚେତନତା କରିବା ଉଦେଶ୍ୟରେ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଉଦଘାଟନ କରିଛନ୍ତି |ଏହି ସମୟରେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଵିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |ଏହାଦ୍ୱାରା ଗାଁ ଗହଳିର ଲୋକେ ଅନ୍ଧବିଶ୍ୱାସଠୁ ଦୁରେଇ ରହିବେ ଓ କରୋନା ମହାମାରୀ ପ୍ରତି ସଚେତନ ହୋଇପାରିବେ ବୋଲି ପ୍ରଶାସନ ଆଶା ରଖିଛି |ଏହି ସଚେତନତା ରଥ ବୁଲିବା ଏକ ଭଲ କାର୍ଯ୍ୟକ୍ରମ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *